ବାଲେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବାଲେଶ୍ୱରର ବସ୍ତା ବାହାର୍ଦାରେ ଥିବା କୃଷି ଫାର୍ମ ପଡ଼ିଆଠାରେବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ତିନି ଥର ଜୟ ଜଗନ୍ନାଥ ବୋଲି କହିଥିଲେ। ଏହି ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ବୋଧନ ଦେଇ କହିଛନ୍ତି, ‘ବାଲେଶ୍ୱର ଭାରତକୁ ବହୁ ବରପୁତ୍ର ଦେଇଛି। ମୋତେ ଖୁସି ଲାଗୁଛି କି ଓଡ଼ିଶାର ଲୋକଙ୍କ ଇଚ୍ଛା ପୂରଣ ହେବାକୁ ଯାଉଛି। ଏଥର ପୁରା ଓଡ଼ିଶାରେ ପଦ୍ମ ଫୁଟି ସାରିଲାଣି। ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଓଡ଼ିଶାରେ ପରିବର୍ତ୍ତନ ହେବାକୁ ଯାଉଛି। ଏହି କାରଣରୁ ଏଥର ବିଜେଡିର ନିଦ ହଜିଯାଇଛି। ଏଥିପାଇଁ ଓଡ଼ିଶାରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହେଉଛି। ଓଡ଼ିଶାର ଲୋକ ଜାଣିଲେଣି, ଓଡ଼ିଶାରେ କଚ୍ଛପ ଗତିରେ ବିକାଶ ସମ୍ଭବ ନୁହେଁ।
ମିଶନ ଶକ୍ତିର ସଫଳତା ବାଲେଶ୍ୱରକୁ ଗୌରବାନ୍ଵିତ କରିଛି। ଓଡ଼ିଶାର ବିକାଶ ପାଇଁ ଆମ ପାଖରେ ବ୍ୟାପକ ଯୋଜନା ଅଛି, ବାଲେଶ୍ୱରରେ ବହୁ ପର୍ଯ୍ୟଟନସ୍ଥଳୀ ଅଛି, କିନ୍ତୁ ୨୦ ବର୍ଷ ହେଲା ଅବହେଳିତ ବୋଲି ଅଭିଯୋଗ ସେ କରିଛନ୍ତି। ବିଜେଡି ନେତା ଖଣିଠାରୁ ଚିଟଫଣ୍ଡ ପର୍ଯ୍ୟନ୍ତ ଭ୍ରଷ୍ଟାଚାରରେ ସଂପୃକ୍ତ , ଚିଟଫଣ୍ଡ ଯୋଗୁଁ ବାଲେଶ୍ୱର ଜନତା ତଳିତଳାନ୍ତ ହୋଇଛନ୍ତି, ଜନତାଙ୍କ ଟଙ୍କା ଲୁଟିଥିବା ଲୋକଙ୍କୁ କ୍ଷମା କରାଯିବ ନାହିଁ, ଗରିବଙ୍କ ଟଙ୍କା ଲୁଟିଥିବା ଲୁଟେରାଙ୍କୁ ବିଲକୁଲ ଛଡ଼ାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଓଡ଼ିଶାକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଡବଲ ଇଂଜିନ ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୫ ବର୍ଷ ବିଜେପିକୁ ସୁଯୋଗ ଦିଅନ୍ତୁ , ୫ ଗୁଣା ଭଲ କାମ କରି ଦେଖାଇବି ବୋଲି ବି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏହି ନିର୍ବାଚନୀ ସଭାରେ ବାଲେଶ୍ୱରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଏବଂ ବାଲେଶ୍ୱରର ଲୋକସଭା ଅଧିନରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଅଛନ୍ତି। । ଏତଦବ୍ୟତୀତ ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ,ବିଜେପିର ବରିଷ୍ଠ ନେତା ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ,ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ,ଖାରବେଳ ସ୍ୱାଇଁ,ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Modi-Speech-in-Baleswar_Thumbnail.jpg)