ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି, ଜାଣନ୍ତୁ ଅନ୍ୟ କେଉଁମାନେ ଅଛନ୍ତି ଏହି ତାଲିକାରେ

ନୂଆଦିଲ୍ଲୀ: ଲୋକପ୍ରିୟତାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଠାରୁ ଆଗରେ ରହିଛନ୍ତି । ତାଙ୍କୁ ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି ବୋଲି କୁହାଯାଇଛି। ସର୍ଭେ ଏଜେନ୍ସି ୟୁ-ଗଭ୍ ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଏହା ଜଣାଯାଇଛି। ୟୁ-ଗଭ୍ ପକ୍ଷରୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଅଲଗା ଅଲଗା ଶ୍ରେଣୀରେ ୪୧ଟି ଦେଶର ୪୨ହଜାର ଲୋକଙ୍କୁ ନେଇ ଏହି ସର୍ଭେକ୍ଷଣ କରାଯାଇଥିଲା ।

ଏହାର ଫଳାଫଳ ଅନୁଯାୟୀ ପୁରୁଷ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୀର୍ଷରେ ରହିଥିବା ବେଳେ ମହିଳାଙ୍କ ତାଲିକାରେ ବକ୍ସର ମାରିକମ ଆଗରେ ଅଛନ୍ତି । ସର୍ଭେରେ ମୋଦୀଙ୍କୁ ୧୫.୬୬ ପ୍ରତିଶତ ଓ ମାରିକମଙ୍କୁ ୧୦.୩୬ ପ୍ରତିଶତ ନମ୍ବର ମିଳିଥିବା କୁହାଯାଇଛି ।ଏଥିରେ ପୁରୁଷଙ୍କ ତାଲିକାର ଦୁଇ ନମ୍ବରରେ ଅଛନ୍ତି ଜଣାଶୁଣା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ। ସେ ବିରାଟ କୋହଲି ଓ ସଚିନ ତେନ୍ଦୁଲକରଙ୍କଠାରୁ ଆଗରେ ରହିଛନ୍ତି ।

photo-oneindia

ମହେନ୍ଦ୍ର ସିଂ ଧୋନୀଙ୍କୁ ୮.୫୮ ପ୍ରତିଶତ ନମ୍ବର ମିଳିଛି । ପୁରୁଷ ତାଲିକାରେ ତୃତୀୟ ସ୍ଥାନରେ ରତନ ଟାଟା ଥିବା ବେଳେ ଚତୁର୍ଥ ସ୍ଥାନରେ ବାରାକ ଓବାମା ରହିଛନ୍ତି ।

ପଞ୍ଚମ ସ୍ଥାନରେ ବିଲ୍ ଗେଟସ୍ ଓ ଷଷ୍ଠ ସ୍ଥାନରେ ଅମିତାଭ ବଚ୍ଚନ ରହିଛନ୍ତି । ସପ୍ତମ ସ୍ଥାନରେ ସଚିନ ତେନ୍ଦୁଲକର ଓ ଅଷ୍ଟମରେ ବିରାଟ କୋହଲି ରହିଛନ୍ତି । ନବମ ସ୍ଥାନରେ ଶାହରୁଖ୍ ଖାନ ଏବଂ ଦଶମ ସ୍ଥାନରେ ରହିଛନ୍ତି ଜାକି ଚାନ୍।

photo-oneindia

ମହିଳାଙ୍କ ତାଲିକାରେ ମାରିକମଙ୍କ ପରେ ଦ୍ୱିତୀୟ ସ୍ଥାନରେ କିରଣ ବେଦୀ ଓ ତୃତୀୟ ସ୍ଥାନରେ ଲତା ମଙ୍ଗେସକର ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଦିବଙ୍ଗତ ସୁଷମା ସ୍ବରାଜ ଏବଂ ପଞ୍ଚମ ସ୍ଥାନରେ ଦୀପିକା ପାଦୁକୋନ୍ ଅଛନ୍ତି ।

ସମ୍ବନ୍ଧିତ ଖବର