ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ ଲୋକମାତା ଦେବୀ ଅହଲ୍ୟାବାଇ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ସାମିଲ୍ ହୋଇଛନ୍ତି। ଏହି ଆୟୋଜନ ଜବୁଁରି ପଡ଼ିଆରେ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ସେଠାରେ ଭାରତୀୟ ନାରୀ ମଥାର ସିନ୍ଦୂରର ଶକ୍ତିକୁ ପୁଣି ଥରେ ମନେ ପକାଇ ଦେଇଛନ୍ତି।
ସେ ସେଠାରେ ଏକ ଜନସଭାକୁ ସମ୍ବୋଧିତ କରି କହିଛନ୍ତି, ‘‘ସିନ୍ଦୂର ଆମ ପରମ୍ପରା। ସିନ୍ଦୂର ନାରୀ ଶକ୍ତିର ପ୍ରତିକ। ରାମଙ୍କ ରଙ୍ଗରେ ରଙ୍ଗିବାକୁ ହନୁମାନ ଜୀ ମଧ୍ୟ ସିନ୍ଦୂର ପିନ୍ଧିଥିଲେ। ଶକ୍ତି ପୂଜାରେ ବି ସିନ୍ଦୂରକୁ ଅର୍ପଣ କରାଯାଏ। ଏହି ସିନ୍ଦୁର ସାହସର ପ୍ରତୀକ ହୋଇଗଲା। ପହଲଗାମରେ, ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଆମ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଥିଲେ। ଆତଙ୍କବାଦୀମାନେ ଭାରତର ମହିଳା ଶକ୍ତିକୁ ଆହ୍ବାନ ଦେଇଛନ୍ତି। ଏହି ଆହ୍ବାନ ଆତଙ୍କବାଦୀମାନଙ୍କ ପାଇଁ ଘାତକ ହୋଇଗଲା।’’
ସେ ଆହୁରି ବି କହିଛନ୍ତି, 'ଅପରେସନ୍ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୋଧରେ ଭାରତର ଇତିହାସରେ ସବୁଠାରୁ ବଡ଼ ଏବଂ ସଫଳ ଅପରେସନ।' ପାକିସ୍ତାନ ଭାବି ମଧ୍ୟ ନଥିଲା ଯେ ଆତଙ୍କବାଦୀକୁ ଆମ ଭାରତୀୟ ଯବାନ ମାଟିରେ ମିଶାଇ ଦେବେ ବୋଲି।’’ ଆମର ସେନା ଶହ ଶହ କିଲୋମିଟର ଭିତରକୁ ପ୍ରବେଶ କରି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଥିଲା ବୋଲି ମୋଦୀ ତାଙ୍କ ଅଭିଭାଷଣରେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/31/x6hroi1F5kJYXUAdJVk7.jpg)