ନୂଆଦିଲ୍ଲୀ: ବିହାରରେ ଆଗକୁ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ବିିଭିନ୍ନ ଦଳର ନେତାମାନେ ସେଠାକୁ ଯାଇ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଏହି ଧାରାରେ ଶୁକ୍ରବାର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତିହାରୀ ଜିଲ୍ଲା ଗସ୍ତ କରିଥିଲେ। ୭୨୧୭ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହ ଗାନ୍ଧୀ ମୈଦାନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।
ଜନସଭାକୁ ସମ୍ବୋଧିତ କରି ମୋଦୀଜୀ କହିଥିଲେ ଯେ, "ପୂର୍ବ ଭାରତକୁ ଆଗକୁ ନେବା ପାଇଁ, ଆମକୁ ବିହାରକୁ ଏକ ବିକଶିତ ବିହାର କରିବାକୁ ହେବ। ଆପଣମାନେ ଏହି ଭୂମିକୁ ଆରଜେଡି ଏବଂ କଂଗ୍ରେସର ଶିକୁଳିରୁ ମୁକ୍ତ କରିଛନ୍ତି, ଅସମ୍ଭବକୁ ସମ୍ଭବ କରିଛନ୍ତି। ଏହାର ଫଳସ୍ୱରୂପ, ଆଜି ବିହାରରେ ଗରିବ କଲ୍ୟାଣ ପାଇଁ ଯୋଜନାଗୁଡ଼ିକ ସିଧାସଳଖ ଗରିବଙ୍କ ପାଖରେ ପହଞ୍ଚିପାରୁଛି। ଗତ ୧୧ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଦେଶର ଗରିବଙ୍କ ପାଇଁ ୪କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ପ୍ରାୟ ୬୦ଲକ୍ଷ ଘର କେବଳ ବିହାରରେ ନିର୍ମିତ ହୋଇଛି। କେବଳ ଆମ ମୋତିହାରୀ ଜିଲ୍ଲାରେ, ପ୍ରାୟ ୩ଲକ୍ଷ ଗରିବ ପରିବାରଙ୍କୁ ପକ୍କା ଘର ମିଳିଛି ଏବଂ ଏହି ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି।"
ସେ ଆହୁରି କହିଥିଲେ ଯେ, "ଆରଜେଡି ଏବଂ କଂଗ୍ରେସର ଶାସନ ସମୟରେ ଗରିବଙ୍କ ପାଇଁ ଏପରି ପକ୍କା ଘର ପାଇବା ଅସମ୍ଭବ ଥିଲା। ହେଲେ ଆଜି ବିହାର ଆଗକୁ ବଢ଼ୁଛି। ଏହା ପଛରେ ସବୁଠାରୁ ବଡ଼ ଶକ୍ତି ହେଉଛି ବିହାରର ମା' ଏବଂ ଭଉଣୀମାନେ। ବିହାରର ମା' ଏବଂ ଭଉଣୀମାନେ ଏନଡିଏ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପର ଗୁରୁତ୍ୱକୁ ଭଲ ଭାବରେ ବୁଝନ୍ତି। ଆଜି, ବିହାରରେ କାମ ଏତେ ଦ୍ରୁତ ଗତିରେ ହେଉଛି କାରଣ କେନ୍ଦ୍ର ଏବଂ ରାଜ୍ୟରେ ବିହାର ପାଇଁ କାମ କରୁଥିବା ସରକାର ରହିଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/07/18/new-project-6-1-2025-07-18-14-46-03.jpg)