ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ତେବେ ମୋଦୀ ତାଙ୍କ ଜନ୍ମଦିନ ଅବସରରେ ମୁଖ୍ୟତଃ ଚାରିଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭାଷଣ ଦେବେ। ଯେଉଁଥିରେ ବନ୍ୟଜନ୍ତୁ-ପରିବେଶ, ମହିଳା ସଶକ୍ତିକରଣ, ଦକ୍ଷତା ଏବଂ ଯୁବ ବିକାଶ ଏବଂ ପରବର୍ତ୍ତୀ ପିଢିର ଭିତ୍ତିଭୂମି ଭଳି ସମସ୍ୟା ଅନ୍ତର୍ଭୁକ୍ତ ରହିଛି ।
ସର୍ବପ୍ରଥମେ, ଆସିଥିବା ଚିତାବାଘଙ୍କୁ ନେଇ ସେ ଦେଶକୁ ସମ୍ବୋଧିତ କରିବେ। ତା’ପରେ ସେ ମଧ୍ୟପ୍ରଦେଶର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ମିଳନୀରେ ଭାଷଣ ଦେବେ। ଏହି କାର୍ଯ୍ୟକ୍ରମ ପରେ ସେ ବିଶ୍ୱକର୍ମା ପୂଜା ଅବସରରେ ଆଇଟିଆଇ ଛାତ୍ରମାନଙ୍କ ପ୍ରଥମ ସମାରୋହରେ ଛାତ୍ରମାନଙ୍କୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪୦ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ତା’ପରେ ସନ୍ଧ୍ୟାରେ ସେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଲଜିଷ୍ଟିକ୍ ପଲିସି ଆରମ୍ଭ କରିବେ ଏବଂ ଏହି ଅବସରରେ ଭାଷଣ ଦେବେ ।
ପରେ ବିଜେପି ପାର୍ଟି ମୁଖ୍ୟାଳୟରୁ ସମସ୍ତ ରାଜ୍ୟ ମୁଖ୍ୟାଳୟ ଏବଂ ଜିଲ୍ଲା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜୀବନୀ ଉପରେ ଆଧାର କରି ଯେଉଁ ପ୍ରଦର୍ଶନୀର ଆୟୋଜନ କରାଯାଇଛି ତାକୁ ଦେଖିବେ । ସେପଟେ କେନ୍ଦ୍ରୀୟ ମୁଖ୍ୟାଳୟରେ ଏହି ପ୍ରଦର୍ଶନୀକୁ ଦଳର ସଭାପତି ଜେପି ନଡ୍ଡା ଉଦଘାଟନ କରିବେ। ଅକ୍ଟୋବର ୨ ରେ ଏହି ଅଭିଯାନ ଅଧୀନରେ ବିଜେପି କର୍ମୀଙ୍କ ସହ ସାଧାରଣ ଜନତାଙ୍କୁ ବି ଖଦି ବ୍ୟବହାର ପାଇଁ ଉତ୍ସାହିତ କରାଯିବ ଏବଂ ସ୍ଥାନୀୟ ଉତ୍ପାଦକ ତଥା ଯେଉଁମାନେ ଖଦିର ଉତ୍ପାଦନ କରୁଛନ୍ତି ସେମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଏହି ଅଭିଯାନର ତଦାରଖ ପାଇଁ ସିଂଙ୍କ ନେତୃତ୍ୱରେ ବିଜେପି ଏକ ଆଠ ଜଣିଆ କମିଟି ମଧ୍ୟ ନିଯୁକ୍ତ କରିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନକୁ ବିଜେପି "ସେବା ଦିବସ" ଭାବରେ ପାଳନ କରୁଥିବାବେଳେ ଏହି ଅବସରରେ ସେବା ସମ୍ବନ୍ଧୀୟ କାର୍ଯ୍ୟକଳାପର ଆୟୋଜନ କରୁଛି ବିଜେପି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/HAPPY-BIRTHDAY-PM.jpg)