ନୂଆଦିଲ୍ଲୀ : ଭୋଟ୍‌ ଦାନ ପ୍ରତି ଭୋଟର୍‌ଙ୍କ ମଧ୍ୟରେ ସଚେତନା ବୃଦ୍ଧି କରବା ନିମେନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସେଲିବ୍ରିଟିଙ୍କ ସହାୟତା ଲୋଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ରାଜନୀତି, ବ୍ୟାପାର, ମନୋରଂଜନ, ଖେଳ ଏବଂ ମିଡିଆ ଜଗତର ସେଲିବ୍ରିଟିମାନଙ୍କୁ ଆହ୍ବାନ ଦେଇ ଏ ଦିଗରେ ସଚେତନତା ସୃଷ୍ଟି ନିମନ୍ତେ ନିଜ ନିଜ ସ୍ତରରେ ପ୍ରୟାସ କରିବାକୁ କହିଛନ୍ତି। ଟ୍ବିଟର୍‌ରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସମେତ କ୍ରିକେଟର୍ ବିରାଟ କୋହଲି, ବଲିଉଡ ନିର୍ଦ୍ଦେଶକ କରଣ ଜୋହର, ସମଲମାନ ଖାନ୍, ଅମୀର ଖାନ୍, ରନବୀର୍‌ ସିଂ, ବରୁନ୍‌ ଧୱନ ପ୍ରମୁଖଙ୍କୁ ଗୋଟିଏ ମେସେଜ୍‌ରେ ମୋଦୀ ଟ୍ୟାଗ୍‌ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭୋଟର୍‌ଙ୍କୁ ଭୋଟ୍‌ଦାନ ପାଇଁ ପ୍ରୋତ୍ସାହିତ କରିବା ନିମନ୍ତେ ମୋଦୀ ସେଲିବ୍ରିଟିମାନଙ୍କୁ ଆହ୍ବାନ ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ମତ ପ୍ରତିଶତ ବଢ଼ିବା ଏବଂ ନୂଆ ପ୍ରଧାନମନ୍ତ୍ରୀ ଦେଶକୁ ମିଳିବା ଆବଶ୍ୟକ।