ନୂଆଦିଲ୍ଲୀ: ଦେଶର ଆର୍ଥିକ ପରିସ୍ଥିତି ସମୀକ୍ଷା କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି। ଆସନ୍ତା ଦୁଇ ଦିନ ମଧ୍ୟରେ ବୈଠକ ବସିବାର ସମ୍ଭାବନା ରହିଛି। ଏଥିରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଅମଲାମାନେ ଯୋଗଦେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଧନ ଦର ବୃଦ୍ଧି ଓ ଟଙ୍କାର ମୂଲ୍ୟ ହ୍ରାସ ବୈଠକର ଆଲୋଚନା ସୂଚୀରେ ରହିବାର ସମ୍ଭାବନା ଅଛି।
ଭାରତୀୟ ଜନତା ପାର୍ଟିର ମୁଖ୍ୟ ଅମିତ ଶାହାଙ୍କୁ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିବାର ଦିନକ ପରେ ପ୍ରଧାନମନ୍ତ୍ରୀ ବୈଠକ ଡକାଇଛନ୍ତି। ଶାହାଙ୍କ ସହ ନିଜର ସାକ୍ଷାତ୍ ସମ୍ପର୍କରେ ସୂଚନା ଦେଇ ପ୍ରଧାନ କହିଥିଲେ ଯେ ସାମଗ୍ରିକ ସରକାରୀ ନୀତି ଦ୍ୱାରା ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ବୃଦ୍ଧି ଦମନ କରି ହେବ।
ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ଗତ ଅଳ୍ପ କେତେ ସପ୍ତାହ ହେବ କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ସମାଲୋଚନାର ସରବ୍ୟ ହୋଇ ଆସୁଛନ୍ତି। ପେଟ୍ରୋଲ୍ ଏବଂ ଡିଜେଲ୍ ଦର ସର୍ବକାଳୀନ ବୃଦ୍ଧି ପାଇଥିବା ବେଳେ ଡଲାର୍ ତୁଳନାରେ ଟଙ୍କାର ମୂଲ୍ୟ ଦୈନିକ ହ୍ରାସ ପାଉଛି।
ବିରୋଧୀ ଦଳସମୂହ, ବିଶେଷକରି କଂଗ୍ରେସ, ଏଥିପାଇଁ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତିକୁ ଦାୟୀ କରିଛି।