ଶିଖର ବୈଠକକୁ ମୋଦୀ କହିଲେ ନୂଆ ଯୁଗ, ଜି କହିଲେ ମନ ଖୋଲା ଆଲୋଚନା

ମାମାଲ୍ଲାପୁରମ୍‌: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଚୀନ୍‌ ରାଷ୍ଟ୍ରପତିଙ୍କ ସହ ଚାଲିଥିବା ଅନୌପଚାରିକ ଶିଖର ବୈଠକ ଦୁଇ ଦେଶର ବନ୍ଧନ ମଧ୍ୟରେ ନୂତନ ଯୁଗ ଆରମ୍ଭ କରିଛି।

ପ୍ରତ୍ୟୁତ୍ତରରେ ଜି କହିଲେ ଏଇ ଶିଖର ବୈଠକ ଗୋଟାଏ ସ୍ମରଣୀୟ ଅନୁଭୂତି। ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଆପଣ ଓ ମୁଁ ବନ୍ଧୁଙ୍କ ଭଳି ମନଖୋଲା ଆଲୋଚନା କରିଛନ୍ତି। ସେ ଆହୁରି କହିଲେ କି, ଆପଣଙ୍କ ଆତିଥେୟତାରେ ଆମେ ସତରେ ଅଭିଭୂତ ହୋଇ ପଡ଼ିଛୁ। ମୁଁ ଓ ମୋ ସହଯୋଗୀମାନେ ଏହା ଉତ୍ତମରୂପେ ଅନୁଭବ କରିପାରିଛୁ। ଏହା ମୋ ପାଇଁ ଓ ଆମ୍ଭମାନଙ୍କ ପାଇଁ ସ୍ମରଣୀୟ ଅନୁଭୂତି ହୋଇ ରହିବ।

Image Source: ANI

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଉହାନ୍‌ ଶିଖର ଆମ ସମ୍ପର୍କ ମଧ୍ୟରେ ଗୋଟାଏ ନୂଆ ପ୍ରବାହ ଓ ବିଶ୍ୱାସ ଭରି ଦେଇଛି ଏବଂ ଆଜି ’ଚେନ୍ନାଇ ଭିଜନ୍‌’ ଭାରତ-ଚୀନ୍‌ ସମ୍ପର୍କ ମଧ୍ୟରେ ନୂଆ ଯୁଗ ଆରମ୍ଭ କରିଛି। ଆମ ମଧ୍ୟରେ ଥିବା ମନାନ୍ତରକୁ ଭାବିଚିନ୍ତି ସମାଧାନ କରିବାକୁ ଆମେ ସ୍ଥିର କରିଛୁ। ତାହାକୁ ବିବାଦର ରୂପ ଦେବୁ ନାହିଁ। ଆମର ଅସୁବିଧା ପ୍ରତି ସଜାଗ ରହି ଆମର ସମ୍ପର୍କ ବିଶ୍ୱରେ ଶାନ୍ତି ଓ ସ୍ଥିରତା ପ୍ରତି ଅବଦାନ ଦେବ।

ସମ୍ବନ୍ଧିତ ଖବର