ଆଫଗାନିସ୍ତାନରେ ଶିଖ୍‌ ସମ୍ପ୍ରଦାୟଙ୍କୁ ନିଶାଣ କରି କରାଯାଇଥିବା ବିସ୍ଫୋରଣକୁ ନିନ୍ଦା କଲେ ପ୍ରଧାମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଫଗାନିସ୍ତାନର ଜଲାଲାବାଦ ଠାରେ ଶିଖ୍‌ ସମ୍ପ୍ରଦାୟକୁ ନିଶାଣ କରି କରାଯାଇଥିବା ଆତଙ୍କ ଆକ୍ରମଣକୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୀବ୍ର ନିନ୍ଦା କରିଛନ୍ତି। ଏହି ବିସ୍ଫୋରଣରେ ଅନ୍ୟୂନ ୩୦ ଜଣ ନିହତ ହୋଇଛନ୍ତି।

ପ୍ରାଦେଶିକ ସରକାରୀ ଅଧିକାରୀଙ୍କ କହିବାନୁସାରେ, ରବିବାର ବିସ୍ଫୋରଣରେ ନିହତ ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକଂଶ କ୍ଷୁଦ୍ର ଶିଖ୍‌ ସମ୍ପ୍ରଦାୟର। ଶୋକ ପ୍ରକାଶପୂର୍ବକ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରି କହିଛନ୍ତି ଯେ ଏହା ଆଫଗାନିସ୍ତାନର ବିବିଧତା ଉପରେ ଆକ୍ରମଣ। ଗତକାଲି ଆଫଗାନିସ୍ତାନରେ ହୋଇଥିବା ଆତଙ୍କ ଆକ୍ରମଣକୁ ଆମେ ତୀବ୍ର ନିନ୍ଦା କରୁଛୁ। ଆଫଗାନିସ୍ତାନର ବହୁସଂସ୍କୃତିକ ଢାଞ୍ଚା ଉପରେ ଆକ୍ରମଣ କରାଯାଇଛି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ଏଭଳି ଦୁଃଖ ସମୟରେ ଆଫଗାନିସ୍ତାନକୁ ସହାୟତା କରିବାକୁ ଭାରତ ପ୍ରସ୍ତୁତ ହୋଇ ରହିଛି।

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଟୁଇଟର୍‌ ଜରିଆରେ ଶୋକ ବ୍ୟକ୍ତ କରିଛନ୍ତି।

ଆଫଗାନିସ୍ତାନର ଜଲାଲାବାଦ ସହର ଆତଙ୍କ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ମୋର ଗଭୀର ସମ୍ବେଦନା। ଏ ଭଳି ବିୟୋଗାନ୍ତ ସମୟରେ ଆମେ ସେମାନଙ୍କ ସହ ରହିଛୁ।

ଜେଏନ୍‌ ଭବନରେ ଆଜି ସନ୍ଧ୍ୟା ୬ଟା ବେଳେ ମୁଁ ସେମାନଙ୍କ ଆତ୍ମୀୟମାନଙ୍କୁ ଭେଟିବି।

ସମ୍ବନ୍ଧିତ ଖବର