ନୂଆଦିଲ୍ଲୀ: ଡେମୋକ୍ରାଟ‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ ଆମେରିକାର ନୂଆ (୪୬ତମ) ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ‌ସେ ରିପବ୍ଲିକାନ ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି। ଗୁରୁତ୍ବପୂର୍ଣ୍ଣ ରାଜ୍ୟ ପେନସ‌ାଲଭାନିଆରେ ନିର୍ବାଚିତ ହେବାପରେ ବାଇଡେନ୍ ନିଜର ବିଜୟ ଘୋଷଣା କରିଛନ୍ତି। ଏହାସହିତ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି ପଦବୀ ଗ୍ରହଣ କରିବ‌ାରେ ସେ ହେବେ ଆମେରିକାର ପ୍ରଥମ ମହିଳା। ତେବେ ଫଳାଫଳ ଆସିବା ପରେ ଦୁହିଁଙ୍କୁ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁ‌ଭେଚ୍ଛା ସହ ଆଗକୁ ଭାରତ ଆମେରିକା ମଧ୍ୟ‌ରେ ଥିବା ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଶୁଭେଚ୍ଛ‌ା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ହାର୍ଦ୍ଦିକ ଅଭିନନ୍ଦନ କମଲା ହାରିସ୍। ତୁମର ସଫଳତା କେବଳ ତୁମ ପାଇଁ ନୁହେଁ, ସମସ୍ତ ଭାରତୀୟ-ଆମେରିକୀୟଙ୍କ ପାଇଁ ମଧ୍ୟ ଏକ ଗର୍ବର ବିଷୟ। ମୁଁ ନିଶ୍ଚିତ ଯେ ତୁମର ସମର୍ଥନ ଏବଂ ନେତୃତ୍ୱ ସହିତ ଭାରତ-ଆମେରିକା ସମ୍ପର୍କ ଆହୁରି ଶକ୍ତିଶାଳୀ ହେବ |

ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଅଭିନନ୍ଦନ ଜୋ ବାଇଡେନ୍। ଉପରାଷ୍ଟ୍ରପତି ଭାବରେ, ଭାରତ-ଆମେରିକା ସମ୍ପର୍କକୁ ମଜଭୁତ କରିବାରେ ଆପଣଙ୍କର ଅବଦାନ ଗୁରୁତ୍ବପୂର୍ଣ୍ଣ ଥିଲା | ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ମୁଁ ପୁଣି ଥରେ ମିଳିତ ଭାବରେ କାର୍ଯ୍ୟ କରିବାକୁ ଅପେକ୍ଷା କରିଛି |