ମାଗଣା ଆଇପିଏଲ ଟିକେଟ ମାଗି ହଟହଟା ହେଲେ ବରିଷ୍ଠ ରେଳ ଅଧିକାରୀ 

ନୂଆଦିଲ୍ଲୀ : ଦିଲ୍ଲୀ କ୍ରିକେଟ ଆସୋସିଏସନକୁ ପତ୍ର ଲେଖି ମାଗଣା ଆଇପିଏଲ ପାସ ମାଗୁଥିବା ଜଣେ ଭାରତୀୟ ରେଳ ସେବା ଅଧିକାରୀଙ୍କୁ ହଟହଟା ହେବାକୁ ପଡିଛି । ଟିକେଟ ତ ମିଳିଲା ନାହିଁ, ତାଙ୍କର ଡେପୁଟେସନ ସମୟକୁ ମଧ୍ୟ କାଣ୍ଟଛାଣ୍ଟ କରିଦିଆଯାଇଛି ।

ରେଳ ମନ୍ତ୍ରାଳୟର ଅଧିକାରୀ ତଥା ୧୯୮୭ ବ୍ୟାଚ   ଭାରତୀୟ ରେଳ ମେକାନିକାଲ ଇଂଜିନିୟରିଂ ସେବା ଅଧିକାରୀ( ଆଇଆରଏସଏମଇ) ଗୋପାଳ କୃଷ୍ଣ ଗୁପ୍ତାଙ୍କୁ  କେନ୍ଦ୍ର ନବୀନ ତଥା ନବୀକରଣଯୋଗ୍ୟ ମନ୍ତ୍ରାଳୟର ଯୁଗ୍ମସଚିବ ଭାବେ ଡେପୁଟେସନରେ ପଠାଯାଇଥିଲା । ଏହି ପଦବୀରେ ଥିବାବେଳେ ସେ ଦିଲ୍ଲୀ କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ରଜତ ଶର୍ମାଙ୍କୁ  ମାଗଣା ଆଇପିଏଲ ଟିକେଟ ପ୍ରଦାନ ପାଇଁ ଫୋନରେ କହିଥିଲେ । କିନ୍ତୁ ଟିକେଟ ନ ମିଳିବାରୁ ସେ ରଜତ ଶର୍ମାଙ୍କୁ ଏକ ପତ୍ର ଲେଖି  ବିରକ୍ତ ହେବା ସହ ତାଙ୍କ ପଦବୀ ପ୍ରତି ସମ୍ମାନ ଦେଖାଯିବା ଉଚିତ ଥିଲା ବୋଲି କହିଥିଲେ । ଏହି ପତ୍ର ସୋସିଆଲ ମିଡିଆକୁ ଆସିବା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ  ଥିବା ଆପଏଣ୍ଟମେଣ୍ଟସ କମିଟି ଅଫ ଦ କ୍ୟାବିନେଟ ତାଙ୍କର ଡେପୁଟେସନ ପିରିୟଡକୁ କାଣ୍ଟଛାଣ୍ଟ କରି ପୁଣି ରେଳ ବିଭାଗକୁ ପଠାଇଦେଇଛି ।

ସମ୍ବନ୍ଧିତ ଖବର