ଭାରତର ଅର୍ଥ ବ୍ୟବସ୍ଥା ବଦଳିଛି, ଦରବୃଦ୍ଧି ସ୍ଥିର ରହିଛି: ପ୍ରଧାନମନ୍ତ୍ରୀ ମୋଦି

ଗୁଜୁରାଟକୁ ଦକ୍ଷିଣ କୋରିଆ ଭଳି ପ୍ରସ୍ତୁତ କରିବାକୁ ଚାହୁଁଥିଲେ ମୋଦି

ଡେରାଡୁନ: ଆଜି ଭାରତର ଅର୍ଥ ବ୍ୟବସ୍ଥା ଆଗକୁ ବଢୁଛି। ଦରବୃଦ୍ଧି ସ୍ଥିର ରହିଛି। ସେହିଭଳି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବିକାଶ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କହିଛନ୍ତି। ଉତ୍ତରାଖଣ୍ଡର ଡେରାଡୁନ ଠାରେ ଅନୁଷ୍ଠିତ ‘ନିବେଶକ ସମ୍ମିଳନୀ’ରେ ମୋଦି କହିଛନ୍ତି, ମୁଁ ଯେତେବେବେ ପ୍ରଥମ ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି, ମୋତେ ପଚରା ଯାଇଥିଲା ଯେ, ଆପଣ ଗୁଜୁରାଟକୁ କେମିତି ଦେଖିବାକୁ ଚାହାନ୍ତି? ମୁଁ କହିଥିଲି, ମୁଁ ଏହାକୁ ଦକ୍ଷିଣ କୋରିଆ ଭଳି ଦେଖିବାକୁ ଚାହେଁ। କାରଣ ଗୁଜୁରାଟ ଓ ଦକ୍ଷିଣ କୋରିଆର ଜନସଂଖ୍ୟା ପ୍ରାୟ ସମାନ। ଉଭୟ ସ୍ଥାନ ସମୁଦ୍ରକୂଳରେ ଅବସ୍ଥିତ।

ମୋଦି କହିଛନ୍ତି, ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି। ଭାରତର ଆର୍ଥିକ ବିକାଶରେ ପରିବର୍ତ୍ତନ ଆସୁଛି। ଆମେ ୧୪ ହଜାରରୁ ଅଧିକ ଆଇନ ଶେଷ କରିଛୁ। ଭାରତରେ ଟ୍ୟାକ୍ସ ବ୍ୟବସ୍ଥାରେ ଅନେକ ସଂଶୋଧନ ଆସିଛି। ସେହିଭଳି ବ୍ୟାଙ୍କିଙ୍ଗ ସିଷ୍ଟମରେ ବଳ ମିଳିଛି। ଜିଏସ୍‌ଟିରେ ଅନେକ ସଂସ୍କାର ଅଣାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦିନିକିଆ ଗସ୍ତରେ ଡେରାଡୁନରେ ମୋଦି ‘ନିବେଶକ ସମ୍ମିଳନୀ’କୁ ଉଦ୍‌ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଦେବ ସିଂହ ରାଓତ ମଧ୍ୟ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସାମିଲ ଥିଲେ। ଦୁଇ ଦିନଆ ସମ୍ମିଳନୀର ଉଦଯାପନୀ ସମାରୋହରେ ଅକ୍ଟୋବର ୮ରେ ଗୃହମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ।

ସମ୍ବନ୍ଧିତ ଖବର