କରୋନା ସ୍ଥିତି ସଂପର୍କରେ ପୂର୍ବତନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ରାଜନୈତିକ ନେତାଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ଦେଶରେ କୋରନା ଭାଇରସ ଜନିତ ସ୍ଥିତି ଜଟିଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରମୁଖ ନେତୃବର୍ଗଙ୍କ ସହ ଫୋନରେ କଥା ହୋଇଛନ୍ତି । ମୋଦୀ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରତିଭା ପାଟିଲ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ, ଏଚଡି ଦେବେଗୌଡାଙ୍କ ଆଲୋଚନା କରିଛନ୍ତି । ଏହା ସହିତ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ସମାଜବାଦି ପାର୍ଟି ନେତା ମୁଲାୟମ ସିଂ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅକାଳିଦଳର ପ୍ରକାଶ ସିଂ ବାଦଲ, ଡିଏମକେର ଏମକେ ଷ୍ଟାଲିନଙ୍କ ସହ ମଧ୍ୟ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଆସନ୍ତା ୮ ତାରିଖ ଦିନ ୧୧ଟା ସମୟରେ ସଂସଦରେ ଥିବା ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଆଲୋଚନା କରିବେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା କରାଯିବ । ଉଭୟ ରାଜ୍ୟସଭା ଓ ଲୋକସଭାକୁ ମିଶାଇ ଯେଉଁ ଦଳର ୫ କିମ୍ବା ଅଧିକ ସାଂସଦ ଥିବେ ସେସବୁ ଦଳର ନେତାମାନଙ୍କ ସହ ଏହି ଆଲୋଚନା ହେବ ।

ଭାରତରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୪ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭୨ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଏହା ସହିତ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯ରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର