ପୁଟିନ୍‌ଙ୍କୁ ଫୋନ୍ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଜନସ୍ବାସ୍ଥ୍ୟ ସଙ୍କଟ ସ୍ବାଭାବିକ ହେଲେ ନିମନ୍ତ୍ରଣ କରିବେ ବୋଲି କହିଲେ

ନୂଆଦିଲ୍ଲୀ: ଜନସ୍ବାସ୍ଥ୍ୟ ପରିସ୍ଥିତି ସ୍ବାଭାବିକ ହେବା ମାତ୍ରେ ରୁଷୀୟ ନେତା ଭ୍ଲାଦିମିର୍ ପୁଟିନ୍‌ଙ୍କୁ ଭାରତକୁ ନିମନ୍ତ୍ରଣ କରିବେ ବୋଲି ବୁଧବାର ଦିନ ଫୋନ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଛନ୍ତି।

ରୁଷୀୟ ରାଷ୍ଟ୍ରପତି ପୁଟିନ୍‌ଙ୍କ ଜନ୍ମଦିନ ଉପଲକ୍ଷେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବାକୁ ଫୋନ୍ କରିଥିବା ବେଳେ ମୋଦୀ ତାଙ୍କୁ ଏ କଥା କହିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, କୋଭିଡ୍-୧୯ ମହାମାରୀ ଯୋଗୁଁ ଦେଖାଦେଇଥିବା ଚ୍ୟାଲେଞ୍ଜ୍‌ ସମେତ ଆଗାମୀ ଦିନମାନଙ୍କରେ ଉଭୟ ନେତା ପରସ୍ପର ସହ ସମ୍ପର୍କ ରଖିବେ ବୋଲି ରାଜି ହୋଇଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, ଜନସ୍ବାସ୍ଥ୍ୟ ପରିସ୍ଥିତି ସ୍ବାଭାବିକ ହେବା ପରେ ଯଥା ଶୀଘ୍ର ସମ୍ଭବ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ଭାରତକୁ ସ୍ବାଗତ କରିବାକୁ ପ୍ରଧାନମନ୍ତ୍ରୀ ଆଗ୍ରହୀ ଥିବା କଥା ତାଙ୍କୁ ଜଣାଇଛନ୍ତି।

Image Courtesy of Hindustan Times

ମୋଦୀ ମଧ୍ୟ ପୁଟିନ୍‌ଙ୍କ ସହ ତାଙ୍କର ସହଚର୍ଯ୍ୟ ଓ ବନ୍ଧୁତା କଥା ସ୍ମରଣ କରିଥିଲେ। ଦୁଇ ଦେଶ ମଧ୍ୟରେ ଥିବା ସ୍ବତନ୍ତ୍ର ଓ ସମୃଦ୍ଧ ସାମରିକ ସହଯୋଗର ତତ୍ତ୍ବାବଧାନ କରିବାରେ ବ୍ୟକ୍ତିଗତ ଭୂମିକା ନିମନ୍ତେ ପ୍ରଧାନମନ୍ତ୍ରୀ ରୁଷୀୟ ନେତା ପୁଟିନଙ୍କୁ ପ୍ରଶଂସା କରିଥିଲେ।

‘ସଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ ଏବଂ ‘ବ୍ରାଜିଲ୍-ରୁଷିଆ-ଚାଇନା-ସାଉଥ୍‌ ଆଫ୍ରିକା’ ଶିଖରରେ ଯୋଗ ଦେବା ନିମନ୍ତେ ରୁଷ୍‌ ଗସ୍ତ କରିବାକୁ ପ୍ରଧାନମନ୍ତ୍ରୀ ମ‌ୋଦୀ ଯୋଜନା କରିଥିଲେ, କିନ୍ତୁ କୋଭିଡ୍-୧୯ ମହାମାରୀ ପରେ ବିଶ୍ବବ୍ୟାପୀ ଲାଗୁ ହୋଇଥିବା କଟକଣା କାରଣରୁ ତାହା ସାକାର ହୋଇ ପାରିଲା ନାହିଁ।

ନଭେମ୍ବର ୧୭ ତାରିଖରେ ଦ୍ବାଦଶ ‘ବ୍ରିକ୍ସ୍‌ ଶିଖର’ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର