ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେପ୍ଟେମ୍ବର୧୭ ତାରିଖରେ ୭୩ବର୍ଷ ହୋଇଯିବ। ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମକର୍ତ୍ତାମାନେ ପ୍ରିୟ ନେତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଆଜିଠାରୁ ଜୋରସୋର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମୋଦୀଙ୍କ ଜନ୍ମଦିନକୁ ନେଇ ତାଙ୍କ ପ୍ରଶଂସକ ଓ ସମର୍ଥକ ବି ବେଶ ଖୁସି ଅଛନ୍ତି।
ଏହି କ୍ରମରେ ମୋଦୀଙ୍କ ଜଣେ ଆର୍କିଟେକ୍ଟ ଇଞ୍ଜିନିୟର ପ୍ରଶଂସକ ପ୍ରଧାନମନ୍ତ୍ରୀଙ୍କୁ ହୀରାରେ ସଜାଇ ଦେଇଛନ୍ତି। ମୋଦୀଙ୍କୁ ହୀରାରେ ସଜାଇବାକୁ ଉକ୍ତ ପ୍ରଶଂସକ ଜଣକ ୭୨୦୦ଟି ହୀରା ବ୍ୟବହାର କରିଛନ୍ତି। ଯାହାକୁ ସେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଉପହାର ଦେବାକୁ ଇଚ୍ଛା ରଖିଥିବା କୁହାଯାଉଛି।
ସୁରଟର ଆର୍କିଟେକ୍ଟ ଇଞ୍ଜିନିୟର ବିପୁଲ ଜେପି ବାଲା ମୋଦୀଙ୍କ ଏହି ସ୍ବତନ୍ତ୍ର ଚିତ୍ର ପ୍ରସ୍ତୁତ କରିଛନ୍ତି। ତାଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା କି ଆପଣଙ୍କ ମନକୁ ଏମିତି ବିଚାର କେମିତି ଆସିଲା। ଏହାର ଉତ୍ତରରେ ଜେପି କହିଥିଲେ, ‘ମୋ ମନକୁ ଏହି ବିଚାର ସେତେବେଳେ ଆସିଲା ଯେତେବେଳେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀଙ୍କୁ ହୀରାର ଏକ କ୍ରାଫ୍ଟ ଉପହାର ଦେଇଥିଲେ।
ହୀରାରେ ମୋଦୀଙ୍କ ଚିତ୍ର ପ୍ରସ୍ତୁତ କରିବା ପାଇଁ ସାଢ଼େତିନିମାସର ସମୟ ଲାଗିଥିଲା। ଏଥିରେ ଚାରିଟି ପ୍ରକାର ହୀରା ଖଞ୍ଜା ଯାଇଛି। ତେବେ ମୋଦୀଙ୍କ ଏହି ହୀରା ଚିତ୍ର ପାଇଁ କେତେ ଖର୍ଚ୍ଚ ହୋଇଛି ମୁଁ ତାହାକୁ ଗୋପନ ରଖିବାକୁ ଚାହେଁ। ମୂଲ୍ୟ କୋଟିଏଟଙ୍କା ପାଖାପାଖି ପହଞ୍ଚିପାରେ। ମୋଦୀଙ୍କୁ ଏହି ଉପହାର ମୁଁ ପୂରା ଗୁଜୁରାଟ ତରଫରୁ ଦେବାକୁ ଚାହିଁବି।’