ପୁଲ୍‌ଓ୍ଵାମା ଆକ୍ରମଣ ପରେ ମୋଦି କିଛି ଖାଇ ନ ଥିଲେ

ନୂଆଦିଲ୍ଲୀ: ପୁଲ୍‌ଓ୍ଵାନା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଖାଇ ନ ଥିଲେ। ସେ ସମୟରେ ପ୍ରଧାନମନ୍ତ୍ରୀ ନିଜର ପ୍ରଚାର ଓ ପ୍ରସାର ଲାଗି ଗୋଟିଏ ଟେଲିଭିଜନ୍‌ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରୁଥିଲେ ବୋଲି କଂଗ୍ରେସ ପାର୍ଟି ଅଭିଯୋଗ କରିବା ପରେ ସରକାରୀ ସୂତ୍ର ଏମିତି କହିଛି।

କଂଗ୍ରେସ ଅଭିଯୋଗ କରିଛି ଯେ ଅପରାହ୍ଣ ୩: ୧୦ ମିନିଟ୍‌ରେ ମୋଦି ସେଦିନ ସନ୍ଧ୍ୟା ୭ଟା ଯାଏଁ ଚଳଚ୍ଚିତ୍ର ସୁଟିଙ୍ଗ୍‌ କରୁଥିଲେ।

କଂଗ୍ରେସ ମୁଖପାତ୍ର ସୁରେଜଓ୍ଵାଲା କହିଛନ୍ତି: କ୍ଷମତାର କ୍ଷୁଧାରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ସରକାରୀ କର୍ତ୍ତବ୍ୟ ଭୁଲି ଯାଇଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ଆତଙ୍କବାଦୀ ଆକ୍ରମଣ କଥା ଜାଣିଥିଲେ। ତଥାପି ନିଜକୁ ଜାତୀୟତାବାଦୀ ବୋଲି ଦାବି କରୁଥିବା ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ସୁଟିଙ୍ଗ୍‌ ଚାଲୁ ରଖିଥିଲେ।

ସୁରେଜ୍‌ଓ୍ଵାଲା ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ସେଦିନ ସନ୍ଧ୍ୟାରେ ପିଡବ୍ଲୁଡି ଗେଷ୍ଟ୍‍ ହାଉସ୍‌ରେ ପ୍ରଧାନମନ୍ତ୍ରୀ ଚା ଓ ସିଙ୍ଗଡ଼ା ଖାଉଥିଲେ।

ଏ ପ୍ରସଙ୍ଗକୁ ଶେଷ କରିବାକୁ ସରକାରୀ ସୂତ୍ର ଫେବ୍ରୁଆରି ୧୪ ତାରିଖ ଦିନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ସାରଣୀ ପ୍ରକାଶ କରିଛି। ସେଥିରେ କୁହାଯାଇଛି, ସକାଳ ପ୍ରାୟ ୭ଟା ସମୟରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଛାଡ଼ିଥିଲେ। ଡେରାଡୁନ୍‌ରେ ପହଞ୍ଚି ସେଠାରେ ଖରାପ ପାଗ ଯୋଗୁଁ ପ୍ରାୟ ଚାରି ଘଣ୍ଟା ଅଟକି ଥିଲେ। ଦିନ ପ୍ରାୟ ୧୧: ୧୫ ସମୟରେ ସେ ଜିମ୍‌ କର୍‌ବେଟ୍‌ ଠାରେ ପହଞ୍ଚି ସେଠାରେ ତିନିଘଣ୍ଟା ବିତାଇ ଥିଲେ।

ପ୍ରଧାନମନ୍ତ୍ରୀ ଗୋଟାଏ ବାଘ ସଫାରି, ଇକୋ-ଟୁରିଜମ୍‌ ଜୋନ୍‌ ଏବଂ ଉଦ୍ଧାର କେନ୍ଦ୍ର ଉଦ୍ଘାଟନ କରିଥିଲେ। ସେ ଗୋଟାଏ ମଟର ବୋଟ୍‌ରେ କାଲାଗଡ଼ରୁ ଧିକାଲା ପରିଦର୍ଶନରେ ଯାଇ ଜଙ୍ଗଲରେ ଗୋଟିଏ ଘେରା ବୁଲିଥିଲେ। ଅପରାହ୍ଣ ୩ଟାରେ ସେ ରୁଦ୍ରପୁର ଠାରେ ଏକ ସର୍ବସାଧାରଣ ରାଲିରେ ସମ୍ବୋଧନ କରିବାର ଥିଲା, କିନ୍ତୁ ଖରାପ ପାଗ ଓ ପୁଲ୍‌ଓ୍ଵାମା ଆକ୍ରମଣ ଯୋଗୁଁ ତାହା ବାତିଲ କରାଗଲା। ପୁଲ୍‌ଓ୍ଵାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଜାତୀୟ ନିରାପତ୍ତା ପରାମର୍ଶଦାତା, ଗୃହମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ସହ କଥା ହୋଇଥିଲେ।

ରାମପୁର ଗେଷ୍ଟ୍‍ହାଉସ୍‌ରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦି ପୁଣି ଏନ୍‌ଏସ୍‌ଏ, ରାଜ୍ୟପାଳ ଏବଂ ଗୃହମନ୍ତ୍ରୀଙ୍କ ସହ ପୁଲ୍‌ଓ୍ଵାମା ସମ୍ପର୍କରେ କଥାବାର୍ତ୍ତା କରିଥିଲେ; କିଛି ଖାଇ ନ ଥିଲେ।

ରାମପୁରରୁ ସନ୍ଧ୍ୟା ୭ଟାରେ ବାହାରି ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର