ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟିର( ଟିଡିପି) ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଗତବୁଧବାର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Advertisment

ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଜେପି, ଟିଡିପି ଓ ଜନସେନାର ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ । ନାଇଡୁଙ୍କ ସମେତ ଟିଡିପିର ୨୧ଜଣ, ଜନସେନାର ଦୁଇଜଣ ଓ ବିଜେପିର ଜଣେ ମନ୍ତ୍ରୀ ଗୋପନୀୟତାରେ ଶପଥପାଠ କରିଛନ୍ତି ।ଏଥିସହ ଉପମୁଖମନ୍ତ୍ରୀ ଭାବେ ଜନସେନା ମୁଖ୍ୟ ପୱନ କଲ୍ୟାଣ ଓ ଚନ୍ଦ୍ରବାବୁଙ୍କ ପୁଅ ନାରା ଲୋକେସ ମନ୍ତ୍ରୀଭାବେ ଶପଥ ନେଇଛନ୍ତି ।

ଶପଥ ନେବା ପୂର୍ବରୁ ନାରା ଲୋକେସ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ପଦସ୍ପର୍ଶ କରି  ମୋଦୀଙ୍କ ପାଦ ସ୍ପର୍ଶ କରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଅଟକାଇ ଦେଇଥିଲେ। ଏହାପରେ ବି ନାରା ଲାକେସ ମୋଦୀଙ୍କ ପାଦସ୍ପର୍ଶ କରିବାକୁ ଅନୁମତି ମାଗିଥିଲେ। ତଥାପି ମୋଦୀ ନାରାଙ୍କ ହାତକୁ ଧରି ତାଙ୍କ ଶୈଳୀରେ ସମ୍ମାନ ଜଣାଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହାକୁ ଲୋକେ ଖୁବ ଭଲପାଇବା ଦେଇଛନ୍ତି।

ଏଥିସହିତ ଏହି ଶପଥଗ୍ରହଣ ସମାରୋହର ଆଉ ଏକ ଭିଡିଓକୁ ବି ଲୋକେ ଖୁବ ପସନ୍ଦ କରୁଛନ୍ତି।

ଏହି ଭିଡିଓରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେବା ପରେ ଚନ୍ଦ୍ରବାବୁ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିବା ସମୟରେ ଭାବବିହ୍ୱଳ ହୋଇପଡିଥିଲେ । ଏହାପରେ ମୋଦୀ ବାରମ୍ବାର ତାଙ୍କ ପିଠିକୁ ଥାପୁଡେଇ ଦେଉଥିବା ଦେଖିବାକୁ ମିଳୁଛି।