ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଦିଲ୍ଲୀର ହାଇଦ୍ରାବାଦ ହାଉସଠାରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ବୈଠକ ପରେ ଉଭୟ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ଏକ ମିଳିତ ସମ୍ବୋଧନରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେଇଛନ୍ତି।
ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଭାରତ ମାଟିରେ ଭାରତୀୟମାନେ ତାଙ୍କୁ ଯେପରି ଅଦ୍ଭୁତପୂର୍ବ ଭାବେ ସ୍ୱାଗତ କରିଛନ୍ତି ତାହା ଅବିସ୍ମରଣୀୟ। ଏଥିପାଇଁ ପ୍ରତ୍ୟେକ ଆମେରିକୀୟ ଗର୍ବିତ ହେବା ସହ ଭାରତ ଓ ଭାରତୀୟଙ୍କ ନିକଟରେ କୃତଜ୍ଞ। ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ଓ ବନ୍ଧୁତ୍ୱ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ଏସଂପର୍କ ଆଗାମୀ ଦିନରେ ଆହୁରି ଆଗକୁ ବଢ଼ିବା ସମଗ୍ର ବିଶ୍ୱ ପାଇଁ ଏକ ଉଦାହାରଣ ସୃଷ୍ଟି କରିବ।
NDTVକେବଳ ମାତ୍ର ସାମରିକ ନୁହେଁ; ବାଣିଜ୍ୟିକ, ଆର୍ଥିକ, ଶକ୍ତି, ବିଶ୍ୱ ଯୋଗାଯୋଗ ଠାରୁ ଆରମ୍ଭ କରି ସାଂସ୍କୃତିକ ପର୍ଯ୍ୟୃନ୍ତ ସବୁ କ୍ଷେତ୍ରରେ ଉଭୟ ଦେଶ ଏବେ ମିଳିତ ଭାବେ କାର୍ଯ୍ୟ କରିବେ। ଭାରତକୁ ସାମରିକ ହେଲିକପ୍ଟର ବିକ୍ରୟ ନିମନ୍ତେ ଆଜି ଆମେରିକା ୩ ବିଲିୟନ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ କରିଛି। ଏଣିକି ଆମେରିକା କେବଳ ମାତ୍ର ସାମରିକ ଯୁଦ୍ଧାସ୍ତ୍ର ଓ ସାଜସରଞ୍ଜାମ ଭାରତକୁ ବିକ୍ରୟ କରିବ ନାହିଁ ବରଂ ଏହାକୁ ନିର୍ମାଣ କରିବାର ଜ୍ଞାନ କୌଶଳ ମଧ୍ୟ ଦେବ। ଶକ୍ତି କ୍ଷେତ୍ରରେ ଭାରତର ସମସ୍ତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ। ଭାରତୀୟ ମହିଳା ଶିଳ୍ପଦ୍ୟୋଗୀ ଓ ଭାରତୀୟ ମହିଳାମାନଙ୍କର ଶକକ୍ତିକରଣ ଦିଗରେ ଆମେରିକା ଭାରତକୁ ସବୁମତେ ସାହାଯ୍ୟ ସହଯୋଗ କରିବ ବୋଲି କହିବା ସହ ଏବେ ବିଶ୍ୱରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଏବେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଏହି ଅବସରରେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମିଳିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତର ଘନିଷ୍ଠ ବନ୍ଧୁ ବୋଲି କହିବା ସହ ଏବେ ଉଭୟ ରାଷ୍ଟ୍ରର ବାଣିଜ୍ୟ ମନ୍ତ୍ରୀମାନେ ଉଭୟ ଦେଶ ମଧ୍ୟରେ ଏକ ବଡ଼ ବାଣିଜ୍ୟିକ କାରବାର ଉପରେ କାର୍ଯ୍ୟ କରୁଛନ୍ତି। ଯାହା ସଂପର୍କରେ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଟ୍ରମ୍ପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/India-America-Relation_Thumbnail.jpg)