ନୂଆଦିଲ୍ଲୀ: ଜାପାନ ଗସ୍ତ ଶେଷ କରି ଏବେ ଚୀନ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ସେ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶିଖର ସମ୍ମିଳନୀରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଚୀନରେ ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିପାରନ୍ତି ବୋଲି କୁହାଯାଉଛି। ସାତ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ ଗସ୍ତରେ ଯାଇଥିବାରୁ ଏହା ଦେଶ ପାଇଁ ସ୍ବତନ୍ତ୍ର ହେବ।
୨୦୨୦ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ତାଙ୍କର ପ୍ରଥମ ଚୀନ୍ ଗସ୍ତ ହେବ। ଶେଷ ଥର ପାଇଁ ୨୦୧୯ରେ ତାଙ୍କର ଚୀନ୍ ଗସ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକାଧିକ ଏସ୍ସିଓ ବୈଠକ ପାଇଁ ଚୀନ୍ ଗସ୍ତ କରିଥିଲେ ଏବଂ ଏହା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ବେଜିଂ ଗସ୍ତରେ ଯାଇ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟିଥିଲେ।
ସୂଚନା ମୁତାବକ, ଏସସିଓ ସମ୍ମିଳନୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଚୀନରେ ଅନୁଷ୍ଠିତ ହେବ। ଚୀନ୍ ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ, ୨୦ରୁ ଅଧିକ ଦେଶର ନେତା ଏବଂ ୧୦ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ସମ୍ମିଳନୀ ଏବଂ ସମ୍ବନ୍ଧିତ କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶେଷ ଥର ପାଇଁ ୨୦୨୪ ଅକ୍ଟୋବରରେ ରୁଷରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ସମୟରେ ସାକ୍ଷାତ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ ରୁଷିଆଠାରୁ ତୈଳ କିଣିବା ପ୍ରସଙ୍ଗରେ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି। ଆମେରିକୀୟ ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଏମାନେ ଡଲାରର ଆଧିପତ୍ୟକୁ ଚ୍ୟାଲେଞ୍ଜ କରୁଥିବା ଏକ ଗୋଷ୍ଠୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/30/w-2025-08-30-13-15-17.jpg)