ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୨୬ ତାରିଖରେ ବାରାଣାସୀ ଆସନରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାର୍ଥୀପତ୍ର ଦାଖଲ କରିବାର ଗୋଟିଏ ଦିନ ଆଗରୁ ଅର୍ଥାତ୍ ଏପ୍ରିଲ ୨୫ ତାରିଖରେ ବାରାଣାସୀରେ ପହଞ୍ଚିବେ ଏବଂ ତା’ର ପରଦିନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟଠାରୁ ଦଶାଶ୍ୱମେଧ ଘାଟଯାଏଁ ଏକ ମେଗା ରୋଡ ସୋ’ କରିବାର କାର୍ଯ୍ୟକ୍ରମ ରହିଛି।
ଏହାପରେ ସେ କାଳଭୈରବ ମନ୍ଦିର ଯାଇ ସେଠାକାର ଘାଟରେ ଗଙ୍ଗା ଆରତୀରେ ଅଂଶ ଗ୍ରହଣ କରିବେ।ସେହି ଦିନ ଅର୍ଥାତ୍ ଏପ୍ରିଲ ୨୬ ତାରିଖରେ ନରେନ୍ଦ୍ର ମୋଦୀ ନିଜର କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମିଶି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ ବୋଲି ମଧ୍ୟ ଜଣାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପ୍ରତି ବାରାଣାସୀର ସାଂସଦ ଅଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ସେ ଉତ୍ତରପ୍ରଦେଶର ବାରାଣାସୀ ଏବଂ ଗୁଜୁରାଟର ବଡୋଦରା ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ସେ ପରେ ବଡ଼ୋଦରା ଆସନ ଛାଡ଼ି ବାରାଣାସୀରୁ ସାଂସଦ ହୋଇଥିଲେ। ବାରାଣାସୀରେ ଲୋକସଭାରେ ମତଦାନ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ ମଇ ୧୯ ତାରିଖରେ ଅନୁଷ୍ଠିତ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/narendera-modi.newjpg-1.jpg)