ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ : ମୋଦୀ ବସିଲେ, ଶାହ କହିଲେ
କିନ୍ତୁ ପ୍ରଶ୍ନର ଉତ୍ତର ଦେବାକୁ ମନାକଲେ, କହିଲେ ଏନ୍ଡିଏ ପୁଣି ସରକାର ଗଢ଼ିବ, ସବୁ ପ୍ରଶ୍ନର ଉତ୍ତର ଦେଲେ ଶାହ
ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ଥିଲା ପ୍ରଚାରର ଶେଷ ଦିବସ। ତେବେ ବିଗତ ୫ ବର୍ଷ ମଧ୍ୟରେ ଯାହା ଦେଖିବାକୁ ମିଳିନଥିଲା, ଆଜି ଶେଷ ଦିବସରେ ତାହା ଘଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଦଳ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପ୍ରଧାନମନ୍ତ୍ରୀ ହିସାବରେ ଏହା ଥିଲା ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀ। ତେବେ ଉଲ୍ଲେଖନୀୟ କଥା ହେଲା ଯେ େସ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। କହିଥିଲେ ଯେ ସମସ୍ତ ପ୍ରଶ୍ନର ଉତ୍ତର ବିଜେପି ଅଧ୍ୟକ୍ଷ ଅମିତ ଶାହ ଦେବେ। ସେ ଦଳର ଜଣେ ଶୃଙ୍ଖଳିତ ସୈନିକ ଏବଂ ଦଳ ଅଧ୍ୟକ୍ଷ ଉପସ୍ଥିତ ଥିବାରୁ ସେ ହିଁ ସମସ୍ତ ପ୍ରଶ୍ନର ଉତ୍ତର ଦେବେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନେ କରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଶାହ ହିଁ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସାମ୍ବାଦିକମାନେ ବାରମ୍ବାର ପ୍ରଶ୍ନ କରିବାରୁ ଶାହ କହିଥିଲେ ଯେ ‘ମୁଁ ପ୍ରଶ୍ନର ଉତ୍ତର ଦେବି, ପ୍ରଧାନମନ୍ତ୍ରୀ ଆପଣମାନଙ୍କ ସବୁ ପ୍ରଶ୍ନର ଉତ୍ତର ରଖିବା ଜରୁରି ନୁହେଁ।’
Sambad is now on WhatsApp
Join and get latest news updates delivered to you via WhatsApp
ଆରମ୍ଭରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଚଳିତ ନିର୍ବାଚନ ସକରାତ୍ମକ ଏବଂ ପ୍ରଭାବଶାଳୀ ରହିଥିଲା। ଏଥର ପ୍ରଚାର ଅଭିଯାନରେ ସେ ଲୋକଙ୍କୁ ଧନ୍ୟବାଦ ଦେବାପାଇଁ ଅଧିକ ଗୁରୁତ୍ବ ଦେଇଥିଲେ। ମୋଦୀ କହିଥିଲେ ଯେ ଜନସାଧାରଣ ତାଙ୍କୁ ୫ ବର୍ଷ ପାଇଁ ଯେଉଁ ଆଶୀର୍ବାଦ ଦେଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେବାପାଇଁ ମୁଁ ପୂରା ଅଭିଯାନକୁ ବ୍ୟବହାର କରିଥିଲି। ବିଗତ ୫ ବର୍ଷ ମଧ୍ୟରେ ଅନେକ କିଛି ଘଟିଯାଇଛି, କିନ୍ତୁ ଦେଶ ମତେ ସବୁଥିରେ ସମର୍ଥନ କରିଛି। ମୋ ପାଇଁ ଏହି ନିର୍ବାଚନ କେବଳ ଧନ୍ୟବାଦ ଦେବାର ଏକ ଅବସର ଥିଲା ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶକୁ ଆଗକୁ ନେବାପାଇଁ ବିଜେପିର ସଂକଳ୍ପ ପତ୍ରରେ ଅନେକ କଥା କୁହାଯାଇଛି । ଯେତେ ଶୀଘ୍ର ସମ୍ଭବ ନୂଆ ସରକାର ନିଜର କାର୍ଯ୍ୟଭାର ହାତକୁ ନେବ। ଦେଶରେ ପୁଣିଥରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ବିଜେପି ସରକାର ଗଠନ କରିବ ବୋଲି ମୋଦୀ କହିଥିଲେ। ଦୀର୍ଘ ବର୍ଷ ପରେ କୌଣସି ଦଳ ଲଗାତାର ଦ୍ବିତୀୟ ଥର ପାଇଁ ନିର୍ବାଚନରେ ବିଜୟୀ ହେବାକୁ ଯାଉଛି। ଭାରତ ହେଉଛି ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ର। ଏହାର ଶକ୍ତି ସଂପର୍କରେ ବିଶ୍ବ ଭଲଭାବେ ଅବଗତ ହେବା ଉଚିତ। ଆମ ଗଣତନ୍ତ୍ର କେତେ ବିବିଧତାରେ ଭରପୂର, ସେ ନେଇ ବିଶ୍ବକୁ ପ୍ରଭାବିତ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ୨୦୧୪ ନିର୍ବାଚନ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେତେବେଳେ ୧୬ ମେ’ରେ ନିର୍ବଚଳ ଫଳ ପ୍ରକାଶ ପାଇଥିଲା ଏବଂ ନୂଆ ସରକାର ଆସିବା ସହିତ ଦୁର୍ନୀତିଗ୍ରସ୍ତଙ୍କ ଉପରେ କଡ଼ା ପ୍ରହାର ହୋଇଥିଲା। ଏଥର ନିର୍ବାଚନ ମୋଦୀ, ବିଜେପି କିମ୍ବା ଏନ୍ଡିଏ ଲଢ଼ୁନଥିଲା, ଦେଶବାସୀ ଲଢ଼ୁଥିଲେ ବୋଲି ମୋଦୀ କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହ କହିଥିଲେ େଯ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ବେଳେ ୧୪୨ଟି ରାଲି ଏବଂ ୪ଟି ରୋଡ େସାରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଦେଢ଼ କୋଟି ଲୋକଙ୍କୁ ଉଦବୋଧିନ ଦେଇଥିେଲ। ମୋଦୀ ପ୍ରଚାର ପାଇଁ ବିମାନରେ ଦେଢ଼ ଲକ୍ଷ କିଲୋମିଟର ଯାତ୍ରା କରିଥିେଲ। ଶାହ କହିଥିଲେ େଯ ବିଜେପି ନଜ ଦମରେ ସରକାର ଗଢ଼ିବ। ତେବେ ଯଦି କେହି ଏନଡିଏରେ ସାମିଲ ହେବାକୁ ଚାହିବେ ସେମାନଙ୍କୁ ସ୍ବାଗତ କରାଯିବ।