ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌କୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ୧୨,୦୦୦ ଅଶ୍ୱ କ୍ଷମତା (ହର୍ଷପାଓ୍ଵାର) ବିଶିଷ୍ଟ ଏହି ହାଇ-ସ୍ପିଡ୍‌ ଇଲେକ୍ଟ୍ରିକ୍‌ ଲୋକୋମୋଟିଭ୍‌ ଟ୍ରେନ୍‌ଟି ଭାରତ ସରକାରଙ୍କର ମେକ୍‌-ଇନ୍‌-ଇଣ୍ଡିଆ ପ୍ରୋଜେକ୍ଟ ଅଧୀନରେ ଫ୍ରାନ୍ସର ଆଲସ୍‌ଟମ୍‌ କମ୍ପାନି ପକ୍ଷରୁ ବିହାର ଠାରେ ନିର୍ମାଣ କରାଯାଇଛି। ମଙ୍ଗଳବାର ବିହାରର ମାଧେପୁରା ଲୋକୋ ଫ୍ୟାକ୍ଟ୍ରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦେଶରେ ସବୁଠାରୁ ଦ୍ରୁତଗାମୀ ବା ହାଇସ୍ପିଡ୍‌ ଟ୍ରେନ୍‌ର କ୍ଷମତା ଥିଲା ୬,୦୦୦ ଅଶ୍ୱ କ୍ଷମତା (ହର୍ଷପାଓ୍ଵାର)। ତେବେ, ବର୍ତ୍ତମାନ ଏହି ୧୨,୦୦୦ ଅଶ୍ୱ କ୍ଷମତା (ହର୍ଷପାଓ୍ଵାର) ବିଶିଷ୍ଟ ଏହି ହାଇ-ସ୍ପିଡ୍‌ ଇଲେକ୍ଟ୍ରିକ୍‌ ଲୋକୋମୋଟିଭ୍‌ ଟ୍ରେନ୍‌ର ଉଦ୍‌ଘାଟନ ପରେ ପୂର୍ବରୁ ଏହି ଟ୍ରେନ୍‌ର ପ୍ରଚଳନ କରି ଇଲାଇଟ୍‌ ଦେଶ ତାଲିକାରେ ରହିଥିବା ଋଷିଆ, ଚୀନ୍‌, ଜର୍ମାନୀ ଏବଂ ସ୍ୱିଡେନ୍‌ ସହ ସାମିଲ ହୋଇଯାଇଛି ଭାରତ। ଭାରତ ସରକାରଙ୍କର ମେକ୍‌-ଇନ୍‌-ଇଣ୍ଡିଆ ପ୍ରୋଜେକ୍ଟ ଅଧୀନରେ ଫ୍ରାନ୍ସର ଆଲସ୍‌ଟମ୍‌ କମ୍ପାନି ପକ୍ଷରୁ ବିହାରର ମାଧେପୁରା ଠାରେ ଥିବା କାରଖାନାରେ ଏହି ଟ୍ରେନ୍‌ର ନିର୍ମାଣ କରାଯାଇଛି। ଏହି ଟ୍ରେନ୍‌ଟି ବର୍ତ୍ତମାନ ପାଇଁ ହାମ୍‌ସଫର ଏକ୍ସପ୍ରେସ୍‌ ନାମରେ କଟିହାରରୁ ନୂଆଦିଲ୍ଲୀ ମଧ୍ୟରେ ଦୁଇ ସପ୍ତାହରେ ଥରେ ଚଳାଚଳ କରିବ।

ସମ୍ବନ୍ଧିତ ଖବର