କରୋନାଭାଇରସ୍: ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ରାତି ୮ଟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ବଢ଼ି ଚାଲିଥିବା କରୋନାଭାଇରସ୍ ସଂକ୍ରାନ୍ତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହ ଦେଶବାସୀଙ୍କୁ ସମ୍ବୋଧନ କରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
वैश्विक महामारी कोरोना वायरस के बढ़ते प्रकोप के संबंध में कुछ महत्वपूर्ण बातें देशवासियों के साथ साझा करूंगा। आज, 24 मार्च रात 8 बजे देश को संबोधित करूंगा।
Will address the nation at 8 PM today, 24th March 2020, on vital aspects relating to the menace of COVID-19.
— Narendra Modi (@narendramodi) March 24, 2020
ଏ ସଂକ୍ରାନ୍ତରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ବିଶ୍ୱ ମହାମାରୀ କରୋନାଭାଇରସର ବଢ଼ିଚାଲିଥିବା ପ୍ରକୋପ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ଦେଶବାସୀଙ୍କୁ ଜଣାଇବି ।
ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶବାସୀଙ୍କୁ ଦ୍ୱିତୀୟ ସମ୍ବୋଧନ । ଗତ ଗୁରୁବାର ଦିନ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ବନ୍ଧୀୟ ବିପଦ କଥା ଅବଗତ କରାଇଥିଲେ । ସାମାଜିକ ଦୂରତ୍ୱ ଘରେ ଥାଇ କାମ କରିବା ସହ ସମାଜରେ ନିଜକୁ ଏବଂ ଅନ୍ୟମାନଙ୍କୁ ନିରାପଦ ରଖିବା ପାଇଁ ଶପଥ କରିବାକୁ ସେ ଦେଶବାସୀଙ୍କୁ ପ୍ରବର୍ତ୍ତାଇଥିଲେ । ଏହାଛଡ଼ା ସମଗ୍ର ଦେଶରେ ଗତ ରବିବାର ଦିନ “ଜନତା କର୍ଫ୍ୟୁ’ ପାଳନ କରିବାକୁ ଅନୁରୋଧ କରିଥିଲେ ।
କିନ୍ତୁ, ଜନତା “ଲକଡାଉନ୍’କୁ ଖାମଖିଆଲି ଭାବେ ଗ୍ରହଣ କରୁଥିବାରୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ଟୁଇଟ୍ କରି କ୍ଷୋଭ ପ୍ରକାଶ କରିଥିଲେ । ଲକଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ ।