ନୂଆଦିଲ୍ଲୀ : କୋଭିଡ୍ ମୁକାବିଲା ସଂକ୍ରାନ୍ତ ରଣନୀତି ଆଦାନ ପ୍ରଦାନ ପାଇଁ ଦୁଇ ରାଷ୍ଟ୍ରମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାର୍କନ୍ ସହମତି ପ୍ରକାଶ କରିଛନ୍ତି। କରୋନା ଚିକିତ୍ସା ଏବଂ ଟିକା ପାଇଁ ଗବେଷଣା କ୍ଷେତ୍ରରେ ଦୁଇ ରାଷ୍ଟ୍ରର ବିଶେଷଜ୍ଞ ଟିମ୍ ପରସ୍ପର ମଧ୍ୟରେ ସକ୍ରିୟ ଭାବେ ସୂଚନା ଆଦାନ ପ୍ରଦାନ କରିପାରିବେ ବୋଲି ଉଭୟ ନେତା ରାଜି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଗତକାଲି ମାର୍କନ୍ଙ୍କ ସହ ଟେଲିଫୋନ୍ରେ କଥା ହୋଇଥିଲେ। କରୋନା ସଙ୍କଟର ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଏହି ଦୁଇ ନେତା ଆଲୋଚନା କରିଥିଲେ। ବର୍ତ୍ତମାନ ସ୍ଥିତିରେ ବୈଶ୍ବିକ ସହଯୋଗ ଓ ସହମତିର ଗୁରୁତ୍ବ ସମ୍ପର୍କରେ ଉଭୟେ ଆଲୋକପାତ କରିଥିବା ପିଏମ୍ଓ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ମୋଦୀ-ମାର୍କନ୍ କଥାବାର୍ତ୍ତା ସମୟରେ ସେମାନେ କମ୍ ବିକଶିତ ଦେଶ ତଥା ଆଫ୍ରିକୀୟ ଦେଶଗୁଡ଼ିକ ଉପରେ ବର୍ତ୍ତମାନ ସ୍ଥିତିରେ ସ୍ବତନ୍ତ୍ର ଫୋକସ୍ କରାଯିବା ଉଚିତ୍ ବୋଲି କହିଥିଲେ। ସେହିପରି କରୋନା ମହାମାରୀ ଯୋଗୁଁ ଘରେ ଆବଦ୍ଧ ହୋଇ ରହିଥିବା ଲୋକମାନଙ୍କ ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଯୋଗ ଏକ ସୁବିଧାଜନକ ଉପାୟ ବୋଲି ମୋଦୀ କହିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ମାର୍କନ୍ ମୋଦୀଙ୍କର ଏହି କଥାକୁ ସ୍ବାଗତ ଜଣାଇଛନ୍ତି। ସେହିପରି ଆମେରିକା ବିଦେଶ ସଚିବ ମାଇକ୍ ପମ୍ପିଓ ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। କରୋନା ପାଇଁ ବର୍ତ୍ତମାନ ଉପୁଜିଥିବା ଅନ୍ତର୍ଜାତୀୟ ସଙ୍କଟର ମୁକାବିଲା ଦିଗରେ ଆମେରିକା ଭାରତ ଏବଂ ଅନ୍ୟ ସହଯୋଗୀ ରାଷ୍ଟ୍ରମାନଙ୍କ ସହ ସହଯୋଗ ରଖି କାମ କରିବାପାଇଁ ବଦ୍ଧପରିକର ବୋଲି ପମ୍ପିଓ କହିଥିଲେ।
ତଥ୍ୟ ଆଦାନ ପ୍ରଦାନ ପାଇଁ ମୋଦୀ-ମାର୍କନ୍ ସହମତି
ଜୟଶଙ୍କରଙ୍କ ସହ କଥା ହେଲେ ପମ୍ପିଓ
/sambad/media/post_attachments/wp-content/uploads/2020/04/modi-france-jpg_710x400xt.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)