ଗୁଜରାଟର ଝୁଲାପୋଲ ଦୁର୍ଘଟଣାକୁ ନେଇ ଭାବବିହ୍ବଳ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗୁଜରାଟର ଝୁଲାପୋଲ ଭୁଶୁଡିବା ଘଟଣା ବିଷୟରେ କହି ଭାବବିହ୍ବଳ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବନାସକାଣ୍ଠା ଜିଲ୍ଲାର ଥରାଡରେ ଅନେକ ଜଳ ଯୋଗାଣ ପ୍ରକଳ୍ପର ମୂଳଦୁଆ ପକାଇବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବବିହ୍ବଳ ହୋଇଯାଇଥବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋର୍ବିରେ ଝୁଲାପୋଲ ଭୁଶୁଡ଼ିବା ଘଟଣା ବିଷୟରେ କହି କାନ୍ଦି ପକାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏହି ଦୁଃଖର ସମୟରେ କେନ୍ଦ୍ର ସରକାର ପୀଡିତଙ୍କ ପରିବାର ସହ ଅଛନ୍ତି ଏବଂ ଗୁଜରାଟ ସରକାର ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଘଟଣା ବିଷୟରେ ଜାଣିବା ପରେ ମୁଁ ଏହି କାର୍ଯ୍ୟକ୍ରମକୁ ଆସିବି କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡିଥିଲି। କିନ୍ତୁ ଆପଣଙ୍କ ଭଲପାଇବା ପାଇଁ ମୁଁ ମୋର ଛାତିକୁ ପଥର କରି ଏଠାକୁ ଆସିଲି। ମୋର୍ବି ଦୁର୍ଘଟଣା ପରେ ମୁଁ ବହୁତ ଭାଙ୍ଗିପଡ଼ିଛି। ମୋ ଜୀବନକାଳରେ ଏଭଳି ଦୁଃଖ କ୍ବଚିତ୍‌ ପାଇଥିବି। ଗୋଟିଏ ପଟେ ଯନ୍ତ୍ରଣା-ବିକ୍ଷତ ମନ, ଆର ପଟେ କର୍ତ୍ତବ୍ୟର ପଥ। ଏହି ଘଟଣା ମୋତେ ଦୋହଲାଇ ଦେଇଛି।

ଏହା ପୂର୍ବରୁ ଗୁଜରାଟର ମୋର୍ବି ଝୁଲାପୋଲ ଅଘଟଣ ପରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର ଅଭିଯାନରେ କେନ୍ଦ୍ର ସରକାର କୌଣସି ଉଦ୍ୟମ ବାଦ ଦେବେ ନାହିଁ ବୋଲି ଗୁଜରାଟରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଥିଲେ।

ସମ୍ବନ୍ଧିତ ଖବର