ଉତ୍ତରପ୍ରଦେଶବାସୀଙ୍କୁ ୫ ହଜାର ୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ମୋଦୀ

ଲକ୍ଷ୍ମୌ:  ଉତ୍ତରପ୍ରଦେଶର ବାରଣାସୀରେ ପହଞ୍ଚି ଏକାଧିକ ଜନ ମଙ୍ଗଳକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହପରି ସିଦ୍ଧାର୍ଥ ନଗରରେ ପହଞ୍ଚି ୯ଟି ମେଡିକାଲ କଲେଜର ଉଦଘାଟନ କରିବା ସହ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଗସ୍ତରେ ୟୁପିବାସୀଙ୍କୁ ମୋଟ ୫ ହଜାର ୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଗସ୍ତରେ ଯାଇ ବିଭିନ୍ନ ପକଳ୍ପର ଉଦଘାଟନ କରିଛନ୍ତି । ନିିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ୫ ହଜାର ୨ ଶହ କୋଟି ଟଙ୍କା ଭେଟି ଦେଇଛନ୍ତି ମୋଦୀ । ବାରଣାସୀରେ ପହଞ୍ଚି ଆୟୁଷ୍ମାନ୍ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ମିଶନର ଶୁଭାରମ୍ଭ କରିଛନ୍ତି । ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ କରିବା ଲାଗି ଏହି ପଦକ୍ଷେପ ନେଇଛନ୍ତି ମୋଦୀ । ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଆୟୁଷ୍ମାନ୍ ଭାରତ ଯୋଜନାର ଭୁମିକା ଅତି ଗୁରୁତ୍ୱପୁର୍ଣ୍ଣ ବୋଲି ସେ କହିଛନ୍ତି ।

ସିଦ୍ଧାର୍ଥନଗରରେ ପହଞ୍ଚିି ୟୁପିର ୯ଟି ମେଡିକାଲ କଲେଜ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଗକୁ ଉତ୍ତରପ୍ରଦେଶ ଦେଶର ମେଡିକାଲ ହବ ରୂପେ ପରିଚିତ ହେବ ବୋଲି କହିଛନ୍ତି ନରେନ୍ଦ୍ର ମୋଦୀ । ସେହିପରି ସଭାରେ ସମ୍ବୋଧନ କରିବା ସମୟରେ ବିରୋଧୀଙ୍କ ନାଁ ନନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍ ଭାରତ ଯୋଜନା ଦ୍ୱାରା ଦେଶର ୧୦ଟି ରାଜ୍ୟର ୧୭ ହଜାର ୭ ଶହ ୮୮ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସିଧାସଳଖ ଲାଭବାନ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଆଗକୁ ନିର୍ବାଚନ ଥିବାରୁ ବିଜେପି ଏସବୁ କରୁଥିବା କହିଛନ୍ତି ବିରୋଧୀ ।

ସମ୍ବନ୍ଧିତ ଖବର