ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଆନ୍ନମ ଦୀପ ଓ ତାଞ୍ଜାବୁର୍‌ ଚିତ୍ରକଳା ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦ୍ୱିତୀୟ ଅଣଆନୁଷ୍ଠାନିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଗୋଟାଏ ‘ନାଚିଆର୍‌କୋଇଲ୍‌’ (ଉତ୍ତମରୂପେ ସୁନା କଲେଇ ହୋଇଥିବା ଦୀପ) ଏବଂ ଏକ ନୃତ୍ୟରତା ସରସ୍ୱତୀଙ୍କ ତାଞ୍ଜାବୁର୍‌ ଚିତ୍ରକଳା ଉପହାର ଦେଇଛନ୍ତି।

ଛଅ ଫୁଟ୍‌ ଉଚ୍ଚର ଏହି ଦୀପଟି ବ୍ରୋଞ୍ଜ୍‌ରେ ତିଆରି ହୋଇଛି। ଏହାକୁ ତିଆରି କରିବାକୁ ୧୨ ଦିନ ଲାଗିଥିଲା। ଦୀପର ଉପରେ ରହିଛି ଦେବପକ୍ଷୀ ‘ଆନ୍ନମ’। ‘ଆନ୍ନମ’ ଜଳରୁ ଦୁଗ୍ଧକୁ ଅଲଗା କରିପାରେ। ଅର୍ଥାତ୍‌ ମନ୍ଦରୁ ଭଲକୁ ବାଛିବାର ଦକ୍ଷତା ତା’ର ରହିଛି। ଏହି ଦୀପର ବଇଠ ଗୋଲାକାର ଏବଂ ଅନେକ ଆକୃତିରେ ସଜାଯାଇଛି।

ନୃତ୍ୟରତା ସରସ୍ୱତୀଙ୍କ ଛବି ଥିବା ତାଞ୍ଜାବୁର୍‌ ଚିତ୍ରକଳାର ଉଚ୍ଚତା ହେଉଛି ତିନ ଫୁଟ୍‌ ଏବଂ ଓସାର ଚାରି ଫୁଟ୍‌। ଏହାକୁ ତିଆରି କରିବାକୁ ଲାଗିଥିଲା ପ୍ରାୟ ୪୫ ଦିନ। ଏହାକୁ ଗୋଟାଏ କାଠ ଫ୍ରେମ୍‌ ଦେଇ ବନ୍ଧାଇ କରାଯାଇଛି। ଜ୍ଞାନ, ସଙ୍ଗୀତ, କଳା, ପ୍ରକୃତି ଏବଂ ଜ୍ଞାନର ପ୍ରତୀକ ହେଉଛନ୍ତି ନୃତ୍ୟରତା ସରସ୍ୱତୀ। ନୈସର୍ଗିକ ଆନନ୍ଦରେ ବୀଣା ବାଦନ କରି ସରସ୍ୱତୀ ନୃତ୍ୟ କରୁଥିବାର ଦୃଶ୍ୟ ଏହି ଚିତ୍ରକଳାରେ ବର୍ଣ୍ଣିତ

ସମ୍ବନ୍ଧିତ ଖବର