କୋଭିଡ୍-୧୯ ମୁକାବିଲା ଲାଗି କ୍ରୀଡ଼ାବିତଙ୍କୁ ପଞ୍ଚସୂତ୍ରୀ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କୋଭିଡ୍-୧୯ ମୁକାବିଲା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀ କ୍ରୀଡ଼ାବିତଙ୍କୁ ପଞ୍ଚସୂତ୍ରୀ ମନ୍ତ୍ର ଦେଇଛନ୍ତି । ଆଜି ସେ କ୍ରିକେଟ୍ ତାରକା ବିରାଟ କୋହଲି, ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ କିମ୍ବଦନ୍ତି କ୍ରିକେଟ୍ ତାରକା ସଚିନ ତେନ୍ଦୁଲକରଙ୍କ ସମେତ ଭାରତର ଖ୍ୟାତନାମା କ୍ରୀଡ଼ାବିତମାନଙ୍କ ସହ ଭିଡିଓ କନଫରେନସିଙ୍ଗ୍ ଜରିଆରେ କଥାବାର୍ତ୍ତା କରିଛନ୍ତି ।

ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତମାନଙ୍କୁ କୋଭିଡ୍-୧୯ର ମୁକାବିଲା କରିବାକୁ ଯେଉଁ ପଞ୍ଚସୂତ୍ରୀ ମନ୍ତ୍ର ଦେଇଛନ୍ତି ତାହା ହେଉଛି ସଙ୍କଳ୍ପ, ସଂଯମ, ସକାରାତ୍ମକ, ସମ୍ମାନ ଓ ସହଯୋଗ । ପ୍ରଧାନମନ୍ତ୍ରୀ କହିଲେ ଯେ କ୍ରୀଡ଼ାବିତମାନେ ଦେଶ ପାଇଁ ଗୌରବ ଆଣିଛନ୍ତି । ଏବେ ଦେଶବାସୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଓ ସକାରାତ୍ମକ ବାର୍ତ୍ତା ଦେବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।

ଏଥିରେ କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁଙ୍କ ସମେତ ସମୁଦାୟ ୪୯ଜଣ କ୍ରୀଡ଼ାବିତ୍ ଭାଗ ନେଇଥିଲେ ।

ଏହି କ୍ରୀଡ଼ାବିତମାନଙ୍କ ମଧ୍ୟରୁ ତିନି ମିନିଟ ଲେଖାଏଁ ସମୟ ଦିଆଯାଇଥିବା ୧୨ଜଣ କଥା କହିବା ସହ ନିଜ ନିଜର ମତ ଉପସ୍ଥାପନ କରିଥିଲେ ବୋଲି ବିଶେଷସୂତ୍ରରୁ ପ୍ରକାଶ ।
କରୋନାଭାଇରସ୍ ସଂକ୍ରମଣଜନିତ ଲକଡାଉନ ଯୋଗୁଁ ଦେଶରେ ସମସ୍ତ କ୍ରୀଡ଼ାନୁଷ୍ଠାନ ବନ୍ଦ ରହିଛି । ଇଣ୍ଡିଆନ୍ ପ୍ରିମିୟମ୍ ଲିଗ୍ ମ୍ୟାଚ୍ ମଧ୍ୟ ଏପ୍ରିଲ୍ ୧୫ ଯାଏଁ ବନ୍ଦ ରହିଛି ।

ସମ୍ବନ୍ଧିତ ଖବର