ପବିତ୍ର ରଥଯାତ୍ରା ଅବସରରେ ଟୁଇଟ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଆୟୋଜନ ଜାରି ରହିଛି । ଶ୍ରୀକ୍ଷେତ୍ର ବ୍ୟତୀତ ଓଡ଼ିଶାର ଅନ୍ୟସ୍ଥାନଗୁଡ଼ିକରେ ରଥଯାତ୍ରାକୁ ଚଳିତ ବର୍ଷ ବାରଣ କରାଯାଇଛି । ପୂର୍ବରୁ ରଥଯାତ୍ରା ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଥିଲେ । ସରକାରଙ୍କ ଗାଇଡଲାଇନକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ଅନ୍ୟ ଜଗନ୍ନାଥ ମନ୍ଦିର ଭିତରେ କେବଳ ନୀତିକାନ୍ତିର ଆୟୋଜନ କରାଯାଉଛି ।

ତେବେ ଆଜି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ରଥଯାତ୍ରାର ବିଶେଷ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା | ଆମେ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ କରିବା ଏବଂ ପ୍ରାର୍ଥନା କରିବା ଯେ ତାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଆଣୁ | ଜୟ ଜଗନ୍ନାଥ!


ଏହା ପୂର୍ବରୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାଷ୍ଟ୍ରପତି ଟୁଇଟ କରି କହିଥିଲେ ଯେ, ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ଆଶା କରୁଛି ଯେ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତ ଦେଶବାସୀଙ୍କ ଜୀବନ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ରହିବ ।

ସମ୍ବନ୍ଧିତ ଖବର