ନୂଆଦିଲ୍ଲୀ: ହରିୟାଣାର ଗୋହାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ସଭା ଚାଲିଥିବା ବେଳେ ଲୋକଙ୍କ ଗହଳି ଭିତରେ ଚୌକି ଉପରେ ଛିଡ଼ା ହୋଇଥିବା ଜଣେ ବାଳକଙ୍କୁ ଦେଖି ମୋଦୀ ଭାଷଣକୁ ଅଧାରୁ ଅଟକାଇ ଦେଇଥିଲେ।
ମୋଦୀଙ୍କ ସଭା ଚାଲିଥିବା ବେଳେ ବାଳକ ଜଣକ ମୋଦୀଙ୍କ ଏକ ଚିତ୍ର ଆଙ୍କିଥିବା ପୋଷ୍ଟକୁ ଧରି ଚୌକି ଉପରେ ଛିଡ଼ା ହୋଇଥିଲେ। ବାଳକଙ୍କୁ ଚୌକି ଉପରେ ଛିଡ଼ା ହୋଇଥିବା ଦୃଶ୍ୟ ଦେଖି ମୋଦୀ ତାଙ୍କ ଭାଷଣକୁ ଅଧାରୁ ଅଟକାଇ ଦେଇଥିଲେ। ଆଉ ବାଳକଙ୍କୁ କହିଥିଲେ, ‘ଯଦି ତୁମେ ଏହିପରି ଛିଡା ହୁଅ, ତୁମେ କ୍ଳାନ୍ତ ହୋଇଯିବ । ଏହି ଛବି ତୁମେ ମୋ ପାଇଁ ଆଣିଛ କି? ମୁଁ ମୋର କର୍ମଚାରୀଙ୍କୁ ତୁମଠାରୁ ଛବି ନେବାକୁ କହିବି । ସମସ୍ତେ ଦେଖନ୍ତୁ ଖୁବ ସୁନ୍ଦର ହୋଇଛି ଛବୀ। ବାଳକ ତୁମେ ତୁମାର ନାମ ଏବଂ ଠିକଣା ଲେଖି ମୋର କର୍ମଚାରୀଙ୍କୁ ଦେଇଦେବ। ମୁଁ ତୁମକୁ ଏକ ଚିଠି ଲେଖିବି । ଧନ୍ୟବାଦ ବାଳକ। ତୁମେ ଦେଇଥିବା ଏହି ଛବିକୁ ମୁଁ ନିଶ୍ଚୟ ଗ୍ରହଣ କରିବ। ବର୍ତ୍ତମାନ ତୁମେ ନିଜ ଆସନରେ ବସିଯାଅ।"
ଅକ୍ଟୋବର ୫ରେ ହେବାକୁ ଥିବା ହରିୟାଣା ନିର୍ବାଚନରେ ବିଜେପି ପାଇଁ ପ୍ରଚାର ବେଳେ ମୋଦୀ ଏକ ରାଲିରେ ସମ୍ବୋଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/VHnguRAQTASqaiayujqU.jpg)