ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। କାରଣ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା) ରେ ବିଶ୍ବର ସବୁଠାରୁ ଅଧିକ ଫଲୋୟର୍ସ ଥିବା ନେତା ବନି ପାରିଛନ୍ତି। ଏହି କ୍ଷେତ୍ରରେ ମୋଦୀ ବିରାଟ କୋହଲି ଏବଂ ଟେଲର୍ ସ୍ବିଫଟଙ୍କୁ ବି ପଛରେ ପକାଇନ୍ତି। କୋହଲିଙ୍କର ୬୪.୧ ମିଲିର୍ୟନ୍ ଫଲୋୟର୍ସ ଥିବା ବେଳେ ଟେଲର୍ ସ୍ବିଫଟଙ୍କର ଅଛନ୍ତି ୯୫.୩ ମିଲିୟନ୍। ତେବେ ମୋଦୀଙ୍କ ଫଲୋୟର୍ସ ସଂଖ୍ୟା ୧୦୦ ମିଲିୟନ୍ ପାର୍ କରିଛି।
“ଏକ୍ସରେ ଶହେ ମିଲିୟନ୍! ମୁଁ ଏଭଳି ଏକ ମାଧ୍ୟମରେ ରହି ବେଶ ଖୁସି। ଆଗକୁ ମଧ୍ୟ ଏହା ଜରିଆରେ ଆଲୋଚନା, ବିତର୍କ, ଅନ୍ତର୍ଦୃଷ୍ଟି, ଲୋକଙ୍କ ଆଶୀର୍ବାଦ, ଗଠନମୂଳକ ସମାଲୋଚନା କରିବାକୁ ଅଧିକ ପସନ୍ଦ କରିବି। ଭବିଷ୍ୟତରେ ମଧ୍ୟ ସମାନ ଭାବରେ ଏହି ମାଧ୍ୟମରେ ଜଡ଼ିତ ହୋଇ ରହିବି’’ ବୋଲି ମୋଦୀ ଏକ ପୋଷ୍ଟ୍ କରି ଘୋଷଣା କରିଛନ୍ତି।
ତେବେ ଏକ୍ସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ (୩୮.୧ ନିୟୁତ ଅନୁସରଣକାରୀ), ଦୁବାଇର ଶାସକ ଶେଖ ମହମ୍ମଦ (୧୧.୨ ନିୟୁତ ଅନୁସରଣକାରୀ) ଏବଂ ପୋପ ଫ୍ରାନ୍ସିସ (୧୮.୫ ନିୟୁତ ଅନୁସରଣକାରୀ)ଙ୍କ ସହ ବିଶ୍ୱସ୍ତରୀୟ ନେତାଙ୍କୁ ଅତିକ୍ରମ କରିଛନ୍ତି।
ଯେତେବେଳେ ବିଭିନ୍ନ ଭାରତୀୟ ରାଜନୈତିକ ନେତାଙ୍କ ସୋସିଆଲ ମିଡିଆ ଅନୁସରଣକାରୀଙ୍କ ସହିତ ତୁଳନା କରାଯାଏ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖନୀୟ ଅଟନ୍ତି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କର ୨୬.୪ ମିଲିୟନ୍ ଅନୁଗାମୀ ଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ୨୭.୫ ମିଲିୟନ ଅଛନ୍ତି। ସମାଜବାଦୀ ପାର୍ଟିର ଅଖିଳେଶ ଯାଦବଙ୍କର ୧୯.୯ ନିୟୁତ ଅନୁସରଣକାରୀ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୭.୪ ମିଲିୟନ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/b5074e51-47bc-4539-be38-d0534b4f719d.jpg)