ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ-ଚୀନ୍ ସୀମା ବିବାଦ ଚାଲିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଲଦାଖର ଲେହରେ ପହଞ୍ଚିଛନ୍ତି। ଏବେ ସେ ସମୁଦ୍ରପତ୍ତନ ଠାରୁ ୧୧, ୦୦୦ ଫୁଟ୍ ଉଚ୍ଚରେ ଥିବା ଫର୍ୱାର୍ଡ ପୋଷ୍ଟ୍ରେ ଭାରତୀୟ ସେନା, ବାୟୁସେନା ଏବଂ ଆଇଟିବିପିର ଅଧିକାରୀମାନଙ୍କ ସହ ଆଲୋଚନା କରୁଛନ୍ତି। ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ୧୪ କର୍ପସ୍ ଅଧିକାରୀଙ୍କୁ ଉଦ୍ବୋଧନ ଦେବା ସହ ଗଲୱାନ୍ ଉପତ୍ୟକାରେ ଚୀନ ସେନା ସହ ସଂଘର୍ଷରେ ଆହତ ହୋଇଥିବା ଯବାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
Image Courtesy of The Times of Indiaଲଦାଖରେ ଉପସ୍ଥିତ ଥିବା ଚିଫ୍ ଅଫ୍ ଡିଫେନ୍ସ୍ ଷ୍ଟାଫ୍ ଜେନେରାଲ୍ ବିପିନ ରାୱତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନର୍ଦନ୍ ଆର୍ମି କମାଣ୍ଡର୍ ଅଧିକାରୀ ଜେନେରାଲ୍ ୱାଇକେ ଯୋଶୀ ଏବଂ ଜେନେରାଲ୍ ହରିନ୍ଦର ସିଂହ ଏବଂ ୧୪ କର୍ପସର ଅଧିକାରୀଙ୍କ ସହ ନିରାପତ୍ତା ପରିସ୍ଥିତି ସମୀକ୍ଷା କରିବେ।
ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ଲଦାଖର ନିମୁ ଅନ୍ତର୍ଗତ ଗୋଟିଏ ଆଗୁଆ ସ୍ଥାନରେ ଅଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୯:୩୦ରେ ସେ ସେଠାରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/pm.jpg)