ନୂଆଦିଲ୍ଲୀ : ଦେଶରେ ଗତ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ସମାପ୍ତ ହେଉଥିବାରୁ ଏହାକୁ ବୃଦ୍ଧି କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକେତ ଦେଇଛନ୍ତି । ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସେ ଏହି ସଂକେତ ଦେଇଛନ୍ତି ।
ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ନେତାମାନଙ୍କ ସହ ଆଲୋଚନା କରିବାବେଳେ ସେ କହିଛନ୍ତି ଯେ ଗୋଟିଏ ଥରରେ ଲକଡାଉନ ଉଠାଇବା ସମ୍ଭବ ନୁହେଁ । ତେବେ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି । ଏଥିନେଇ ଆସନ୍ତା ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓକନଫରେନ୍ସିଂ କରିବେ ବୋଲି ଜଣାପଡ଼ିଛି।
Prime Minister Narendra Modi will do a video conference with all Chief Ministers on 11th April. pic.twitter.com/Qz6XTtVXzv
— ANI (@ANI) April 8, 2020
ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସିଂ ସମୟରେ ଲକଡାଉନ ଶେଷ କରିବା ପାଇଁ ଏକ ମିଳିତ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ । ତେବେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କଟକଣାକୁ ଆହୁରି ବଢାଇବାକୁ କେତେକ ରାଜ୍ୟ ଦାବି କରିଥିଲେ । ବିଭିନ୍ନ ବିଷେଷଜ୍ଞମାନେ ମଧ୍ୟ ଲକଡାଉନ ଅବଧିକୁ ବଢାଇବାକୁ ସୁପାରିଶ କରିଛନ୍ତି । ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ ।