ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମ ପ୍ରଧାନମନ୍ତ୍ରୀ ମହାମହୀମ ନୁୟେନ ସୁଆନ ଫୁକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି। ଦୁଇ ନେତା କୋଭିଡ–୧୯ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ତତ୍‌ଜନିତ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଛନ୍ତି।

ଦୁଇ ନେତା କୋଭିଡ–୧୯ର ମୁକାବିଲା ଲାଗି ଦ୍ୱିପାକ୍ଷିକ ସହଯୋଗ ଓ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଯୋଗାଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ନିଜ ନିଜ ରାଷ୍ଟ୍ରରେ ରହିଥିବା ଅପରପକ୍ଷର ନାଗରିକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାଲାଗି ପ୍ରତିବଦ୍ଧତା ପ୍ରକଟ କରିଥିଲେ। ଉଭୟ ନେତା ଭାରତ ଏବଂ ଭିଏତନାମ ମଧ୍ୟରେ ରଣନୀତିକ ସହଭାଗିତାର ଗୁରୁତ୍ୱ ଏବଂ ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଇଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ସେମାନେ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ। ଏଥିସହିତ, ଆଗାମୀ ଦିନରେ କରୋନା ମହାମାରୀର ମୁକାବିଲା ଲାଗି ଦୁଇ ଦେଶ ବୈଷୟିକ ଟିମ ମିଳିତ ପ୍ରୟାସ ଜାରି ରଖିବେ ବୋଲି ଉଭୟ ନେତା ଏକମତ ହୋଇଥିଲେ।

ସମ୍ବନ୍ଧିତ ଖବର