ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଅମୃତ ୨.୦’ ଯୋଜନାକୁ ଉଦଘାଟନ କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ୮ଟି ଅମୃତ ଯୋଜନାର ଶିଳାନ୍ୟାସ ବି ପକାଇଛନ୍ତି। ଏହି ଯୋଜନା ଉଦ୍ଘାଟନ କରିବା ସହ ମୋଦୀ ୧୫ ହଜାର ଶ୍ରମିକଙ୍କୁ ଘର ଚାବି ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଭାଷଣରେ କହିଛନ୍ତି ବି ସେ ଗରିବଙ୍କ ପାଇଁ ୬୦ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରିଛନ୍ତି। ମୋଦୀ ସୋଲାପୁର ଲୋକଙ୍କୁ କହିଛନ୍ତି, ‘‘ମୁଁ ବହୁତ ଖୁସି ଯେ ମହାରାଷ୍ଟ୍ରର ଏକ ଲକ୍ଷରୁ ଅଧିକ ଗରିବ ପରିବାର ମଧ୍ୟ ଜାନୁଆରି ୨୨ ତାରିଖରେ ରାମଙ୍କ ଜ୍ୟୋତି ପ୍ରଜ୍ଜୋଳିତ କରିବେ।’’ ସେ ସମସ୍ତଙ୍କୁ ରାମଙ୍କ ନାମରେ ମୋବାଇଲ ଫ୍ଲାସ ଅନ୍ କରିବାକୁ କହିଥିଲେ।
ସୋଲାପୁରର ଲୋକଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ‘‘ପ୍ରଭୁ ରାମ ମୋତେ ସର୍ବଦା ମୋର ଶବ୍ଦର ସମ୍ମାନ ରକ୍ଷା କରିବାକୁ ଶିଖାଇଛନ୍ତି। ସୋଲାପୁରର ଗରିବଙ୍କ ପାଇଁ ନିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେଉଛି।’’
#WATCH सोलापुर, महाराष्ट्र: प्रधानमंत्री नरेंद्र मोदी ने कहा, "मुझे खुशी है कि सोलापुर के हजारों गरीबों और मजदूर साथियों के लिए हमने जो संकल्प लिया था, वह आज पूरा हो रहा है। आज पीएम आवास योजना के तहत बनी देश की सबसे बड़ी सोसाइटी का लोकार्पण हुआ है। मैं आज देखकर आया और मैंने सोचा… pic.twitter.com/83GRMFwVSi
— ANI_HindiNews (@AHindinews) January 19, 2024
ତାଙ୍କ କହିବାନୁସାରେ ସେ ଲୋକମାନଙ୍କୁ ହସ୍ତାନ୍ତର କରିଥିବା ଘରଗୁଡ଼ିକୁ ଦେଖିଛନ୍ତି। ଘରଗୁଡ଼ିକୁ ଦେଖିବା ପରେ ତାଙ୍କ ପିଲାଦିନେ କାସ୍ ତାଙ୍କୁ ଏପରି ଘରେ ରହିବାକୁ ସୁଯୋଗ ମିଳିଥାନ୍ତା କି! ବୋଲି ଭାବି ଭାବୁକ ହୋଇ ପଡ଼ିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ସେ ଶିଳାନ୍ୟାସ ଆସିଥିଲେ ସେତେବେଳେ ସେ ଏକ କଥା ଦେଇଥିଲେ ଯେ ସେ ବ୍ୟକ୍ତିଗତ ଭାବେ ଚାବି ଦେବାକୁ ଆସିବେ। ତାହା ସେ କରିକି ଦେଖାଇଛନ୍ତି।