ସାହିବାବାଦ: ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ-ଗାଜିଆବାଦ-ମିରଟ୍‌ର ଗରୁତ୍ବପୂର୍ଣ୍ଣ ସେକ୍‌ସନ୍‌ ‘ରିଜିଓନାଲ୍‌ ରାପିଡ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ୍‌ କରିଡର୍‌’ ଉଦ୍‌ଘାଟନ କରିଛନ୍ତି।

Advertisment

ଏଥି ସହିତ ପ୍ରଧାନମନ୍ତ୍ରୀ ଏହି କରିଡର୍‌ରେ ଭାରତର ପ୍ରଥମ ‘ରାପିଡ୍‌ଏକ୍ସ୍‌’ ଟ୍ରେନ୍‌ ‘ନମୋ ଭାରତ’ ଚଳାଚଳ ଶୁଭାରମ୍ଭ କରିଛନ୍ତି। ‘ନମୋ ଭାରତ’ ଟ୍ରେନ୍‌ ସାହିବାବାଦକୁ ଦୁହାଇ ଡିପୋ ସହିତ ସଂଯୋଗ କରିବ।

‘ଦିଲ୍ଲୀ-ଗାଜିଆବାଦ-ମିରଟ୍‌ର ୧୭ କିଲୋମିଟର୍‌ବିଶିଷ୍ଟ ଗରୁତ୍ବପୂର୍ଣ୍ଣ ସେକ୍‌ସନ୍‌ ‘ରିଜିଓନାଲ୍‌ ରାପିଡ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ୍‌ କରିଡର୍‌’ ଶନିବାର ଦିନ (୨୧ ତାରିଖ) ଯାତ୍ରୀମାନଙ୍କ ଲାଗି ଉନ୍ମୁକ୍ତ ହେବ।

publive-image Image Courtesy of Times of India

୧୭ କିଲୋମିଟର୍‌ ଏହି ‘ରିଜିଓନାଲ୍‌ ରାପିଡ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ୍‌ କରିଡର୍‌’ରେ ‘ରାପିଡ୍‌ଏକ୍ସ୍‌’ (ନମୋ ଭାରତ) ପ୍ରିମିୟମ୍‌ କୋଚ୍‌ରେ ଯାତ୍ରା କରିବାକୁ ମାତ୍ର ୧୦୦ ଟଙ୍କା ଲାଗିବ। ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ଦ୍ବାରା ଏହି ଟ୍ରେନ୍‌ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯଦି ଟ୍ରେନ୍‌ ଚଳାଚଳ ସମୟରେ କୌଣସି ମାନବକୃତ ତ୍ରୁଟି ପରିଲକ୍ଷିତ ହୁଏ ତାହା ଏହି ସୁରକ୍ଷା ବ୍ୟବସ୍ଥାରେ ଧରାପଡ଼ିବା ସହିତ ତ୍ରୁଟି ସୁଧାରି ହେବ।

‘ରାପିଡ୍‌ଏକ୍ସ୍‌’ (ନମୋ ଭାରତ) ଟ୍ରେନ୍‌ ଚଳାଚଳ ଶୁଭାରମ୍ଭ କରିବା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ଯାତ୍ରା କରି ଶିକ୍ଷାର୍ଥୀମାନଙ୍କ ସହିତ ଆଳାପ କରିଥିଲେ।

ଏହି ଉଦ୍‌ଘାଟନସ୍ଥଳରେ ଉପସ୍ଥିତ ଥିବା ଭାରତସ୍ଥିତ ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍‌ ଆକର୍‌ମାନ୍‌ କହିଲେ, ଆଜି ଏଠାରେ ଉପସ୍ଥିତ ରହି ମୁଁ ଗ‌ୌରବାନ୍ବିତ ମନେ କରୁଛି। ଏହା ଗୋଟାଏ ଅସାଧାରଣ ପ୍ରକଳ୍ପ। ଏଯାବତ୍‌ ଭାରତରେ ଚାଲୁଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ସବୁଠୁ ଦ୍ରୁତ। ଜର୍ମାନ୍‌ ରେଲ୍‌ କମ୍ପାନି ‘ଡୟଚୁ ବାନ୍‌’ଦ୍ବାରା ପରିଚାଳିତ ଏହି ଟ୍ରେନ୍‌ ଘଣ୍ଟାପ୍ରତି ୧୬୦ କିଲୋମିଟର୍‌ ବେଗରେ ଗତି କରିବ।