ପାଟଣା: ନିର୍ବାଚନ ପୂର୍ବରୁ ବିହାରକୁ ବଡ଼ ଉପହାର । ପୁଳାପୁଳା ପ୍ରତିଶ୍ରୁତିର ବର୍ଷା ସହ କୋଚି କୋଟି ଟଙ୍କାର ଭେଟି ଦେଲେ ପ୍ରଧାନମନ୍ତ୍ରୀ । ସପଟେ କଂଗ୍ରେସ ଏବଂ ଆରଜେଡି ଉପରେ ପୁଣି ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଡ଼ି ସହିତ ବିହାରକୁ ତୁଳନା କରୁଥିବାରୁ ମୋଦୀ କଡ଼ା ସମାଲୋଚନା କରିଛନ୍ତି । ବିହାରର ଉନ୍ନତିକୁ ଦୁଇଦଳ ହଜମ କରିପାରୁନାହାନ୍ତି ବୋଲି କହିବା ସହ ବିହାର, ଆସାମ ଓ ପଶ୍ଚିମବଙ୍ଗରେ ଅନୁପ୍ରବେଶକୁ ପ୍ରୋତ୍ସାହନ ଦେଉଥିବା ମୋଦୀ ଅଭିଯୋଗ କରିଥିଲେ । 

Advertisment

ପ୍ରଧାନମନ୍ତ୍ରୀ ଆଜି ବିହାରର ପୂର୍ଣ୍ଣିଆ ଗସ୍ତରେ ଯାଇ ଜନସଭାକୁ ସମ୍ୱୋଧନ କରିଥିଲେ । ତିନି ସପ୍ତାହ ମଧ୍ୟରେ ଏହା ମୋଦୀଙ୍କ ଦ୍ୱିତୀୟ ବିହାର ଗସ୍ତ ଥିଲା । କଂଗ୍ରେସ ଏବଂ ଆରଜେଡିକୁ ମୋଦୀ ସମାଲୋଚନା କରିବା ସହିତ ଏନଡିଏ ସରକାରଙ୍କ ସଫଳତାର ହିସାବ ଦେଇଥିଲେ ।  ମୋଦୀ  ବିଧାନସଭା ନିର୍ବାଚନ ପୂର୍ବରୁ ବିହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ଉପହାର ଦେଇଛନ୍ତି ।  ବିହାରରେ ୩୬ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉଦଘାଟନ କରିଛନ୍ତି ମୋଦୀ । ପୂର୍ଣ୍ଣିଆ ବିମାନବନ୍ଦରକୁ ମୋଦୀ ଉଦଘାଟନ କରିଛନ୍ତି । କୋଲକାତା ପରେ ପୂର୍ଣ୍ଣିଆ ବିମାନବନ୍ଦର ପୂର୍ବ ଭାରତର ସବୁଠାରୁ ବଡ଼ ବିମାନବନ୍ଦର । ଏହା ସହିତ ବନ୍ଦେ ଭାରତ ଏକ୍ସପ୍ରେସ, ଅମୃତ ଭାରତ ଏକ୍ସପ୍ରେସ ଓ ଗୋଟିଏ ପାସେଞ୍ଜର ଟ୍ରେନ ଚଳାଚଳର ମୋଦୀ ଶୁଭାରମ୍ଭ କରିଛନ୍ତି । ଜାତୀୟ ମଖାନା ବୋର୍ଡ ମଧ୍ୟ ଉଟଘାଟିତ ହୋଇଛି । ଏହାପରେ ମୋଦୀ ଜନସଭାକୁ ସମ୍ୱୋଧନ କରିଥିଲେ ।