ଲ‌କ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲ‌କ୍ଷ୍ନୌରେ ଉତ୍ତରପ୍ରଦେଶ ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍‌ଘାଟନ କରିଛନ୍ତି। ଏହି ୩ଦିନିଆ ଉତ୍ସବରେ ଅନେକ ମନ୍ତ୍ରୀରୁ ନେଇ ବହୁ ଅଗ୍ରଣୀ ଶିଳ୍ପପତି ପର୍ଯ୍ୟନ୍ତ ଯୋଗ ଦେଇପାରନ୍ତି। ୟୁପି ଗ୍ଲୋବାଲ୍‌ ଇନ୍‌ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍ଦେଶ୍ୟ ହେଉଛି ବିଶ୍ବର ବିଭିନ୍ନ ସ୍ଥାନରୁ ପଲିସି ମେକର ବା ନୀତି ନିର୍ଣ୍ଣୟକାରୀ, ଶିଳ୍ପପତି, ଶିକ୍ଷାବିତ୍‌ ଓ ଚିନ୍ତାନାୟକମାନଙ୍କୁ ଏକତ୍ର କରି ବ୍ୟବସାୟ ପାଇଁ ସୁଯୋଗ ସୃଷ୍ଟି କରିବା।

Advertisment

ଆସନ୍ତା ୫ ବର୍ଷ ମଧ୍ୟରେ ୟୁପି ଟ୍ରିଲିୟନ୍‌ ଡଲାର ଅର୍ଥବ୍ୟବସ୍ଥାର ସ୍ବପ୍ନ ଦେଖିଥିବା ବେଳେ ଏହି  ସମ୍ମିଳନୀରେ ୨୫ ଲକ୍ଷ କୋଟି ଟଙ୍କାର ଏକ ପୁଞ୍ଜି ବିନିଯୋଗ ପ୍ରସ୍ତାବ ରହିଛି।

ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିିତ ଥିବାର ନଜର ଆସିଛନ୍ତି। ତେବେ ଉତ୍ତରପ୍ରଦେଶରେ ଏକ ଏପରି ସୁଯୋଗ ସୃଷ୍ଟି ହେବାକୁ ଥିବାରୁ ନିଜର ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ସମ୍ମିଳନୀ ଫେବ୍ରୁଆରି ୧୦ରୁ ନେଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।