ନୂଆଦିଲ୍ଲୀ: ଜନ୍ମଦିନ ଅବସରରେ ‘ଯଶୋଭୂମି କନ୍‌ଭେନ୍‌ସନ୍‌ ସେଣ୍ଟର୍‌’ ଏବଂ ଦ୍ବାରକାରେ ସମ୍ପ୍ରସାରିତ ‘ଏୟାର୍‌ପୋର୍ଟ ଏକ୍ସପ୍ରେସ୍‌ ଲାଇନ୍‌’ର ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଛନ୍ତି।

Advertisment

ଆଜି ୭୩ ବର୍ଷରେ ପଦାର୍ପଣ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମେଟ୍ରୋର ଯାତ୍ରୀମାନେ ଶୁଭେଚ୍ଛା ଜଣାଇବା ସହିତ କେତେ ଜଣ ତାଙ୍କ ସହିତ ‘ସେଲ୍‌ଫି’ ଉଠାଇ ଥିଲେ। ପ୍ରଧାନମନ୍ତ୍ରୀ ବି ତାଙ୍କ ସହିତ ଆଳାପ କରିଥିଲେ।

ସେହିପରି, ‘ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌’ (ଡିଏମ୍‌ଆର୍‌ସି) କର୍ମଚାରୀମାନଙ୍କ ସହିତ ଆଳାପ ଆଲୋଚନା କରିଥିଲେ।

publive-image Image Courtesy of India Today

ଦିଲ୍ଲୀ ମେଟ୍ରୋର ପ୍ରାୟ ୨ କିଲୋମିଟର୍‌ ଦୀର୍ଘ ‘ଯଶୋଭୂମି ଲାଇନ୍‌’ ଦ୍ବାରକା ସେକ୍ଟର୍‌ ୨୧ ସହିତ ‘ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ କନ୍‌ଭେନ୍‌ସନ୍‌ ସେଣ୍ଟର୍‌’କୁ ସଂଯୋଗ କରିବ।

‘‌ଯଶୋଭୂମି’ ଉଦ୍‌ଘାଟନ ‌ସରିବା ପରେ ‘ଭାରତ ମାତା କି ଜୟ’ ଧ୍ବନିରେ ‘କନ୍‌ଭେନ୍‌ସନ୍‌ ସେଣ୍ଟର୍‌’ ପ୍ରକମ୍ପିତ ହୋଇ ଉଠିଥିଲା। ସେଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ କାରିଗର ଓ ଶିଳ୍ପୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ।

ସମୁଦାୟ ୮.୯ ଲକ୍ଷ ବର୍ଗମିଟର୍‌ ପରିମିତ ଅଞ୍ଚଳରେ ୧.୮ ଲକ୍ଷ ବର୍ଗମିଟର୍‌ରୁ ଅଧିକ ଭୂମି ଉପରେ ନିର୍ମିତ ‘ଯଶୋଭୂମି’ ବିଶ୍ବର ସର୍ବବୃହତ୍‌ ‘ଏମ୍‌ଆଇସିଇ’ (ମିଟିଙ୍ଗ୍‌, ଇ‌ନ୍‌ସେଣ୍ଟିଭ୍‌ସ୍, କନ୍‌ଫରେନ୍‌ସ୍‌ ଏବଂ ଏକ୍ଜିଭିସନ୍‌) ଭାବେ ପରିଗଣିତ ହେବ।