ନୂଆଦିଲ୍ଲୀ: ଆଜି ସରୁଛି ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର । ବିଧାନସଭା ନିର୍ବାଚନ ପାଇଁ ଆଜି ଅନ୍ତିମ ପ୍ରଚାର ଥିବାରୁ ଭୋଟରଙ୍କୁ ମନାଇବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି ନେତା । ହେଭିୱେଟମାନେ ବି ଶେଷ ଦିନରେ ଶେଷ ପ୍ରୟାସ କରୁଛନ୍ତି ।
ତେବେ ରାଜଧାନୀ ଦିଲ୍ଲୀର ଛାତି ଉପରେ ରୋଡଶୋ, ଶୋଭାଯାତ୍ରା, ଜନସଭା ଘନଘନ ହେଉଥିବା ବେଳେ ଇତି ମଧ୍ୟରେ ସ୍କୁଲ ପିଲାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ସ୍କୁଲ ପିଲାଙ୍କ ସହ ଏକ ଗଛମୂଳେ ବସି ମନଖୋଲା ଆଲୋଚନା କରିଛନ୍ତି ମୋଦି । ଆଉ ଏହି ଅବସରରେ ମୋଦୀ ଆପକୁ ଟାର୍ଗେଟ୍ କରିଛନ୍ତି ।
/sambad/media/media_files/2025/02/03/qtVGTwJFtqeKOY955iid.jpg)
ମୋଦି କହିଛନ୍ତି, ମୁଁ ଶୁଣିଛି ନବମ ପରେ ପିଲାଙ୍କୁ ଏଠି ଆଗକୁ ଯିବାକୁ ଦିଆଯାଉନି । ଯେଉଁମାନଙ୍କ ପାଖରେ ପାସ୍ ହେବାର ସମ୍ଭାବନା ଦେଖା ଦେଉଛି ସେମାନଙ୍କୁ ଆଗକୁ ନିଆଯାଉଛି । କାରଣ ସେମାନେ ଜାଣନ୍ତି ଯଦି ରେଜଲ୍ଟ ଖରାପ ହେବ ସେମାନଙ୍କ ସରକାରର ଛବି ଖରାପ ହେବ । ତେଣୁ ସେମାନେ ନିଜ ସରକାରର ଭାବମୂର୍ତ୍ତି ଚମକାଇବା ପାଇଁ ପିଲାଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି । ଏହା ସବୁଠୁ ବଡ ବେଇମାନୀ କାମ ବୋଲି କହି ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/03/gmHBYJvjwNsHa3xeQboE.jpg)