ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶର ଆାଶ ଓ ଆଙ୍ଗନଓ୍ଵାଡି କର୍ମୀଙ୍କ ସହିତ ଆଲୋଚନା କରିଥିଲେ। କଥାବାର୍ତ୍ତା ସମୟରେ ଜଣେ ଅଙ୍ଗନଓ୍ଵାଡି କର୍ମୀ କିପରି ଏକ ଶିଶୁକୁ ଜୀବିତ କରିଥିଲେ ସେ କାହାଣୀ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହିତ ଅଙ୍ଗନଓ୍ଵାଡି କର୍ମୀଙ୍କୁ ମୋଦି ଭାରତର ବାସ୍ତବିକ ଝିଅ ବୋଲି କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସହିତ ସିଧାସଳଖ କଥା ହେବା ସମୟରେ ଝାଡଖଣ୍ଡର ସରାୟକେଲାର ଉର୍ମାଲରେ ବସବାସ କରୁଥିବା ଅଙ୍ଗନଓ୍ଵାଡି କର୍ମୀ ମନିତା ଦେବୀ ଏକ ଘଟଣା ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ବଖାଣି ଥିଲେ।
/sambad/media/post_attachments/wp-content/uploads/2018/09/download-1-19.jpg)
ମନୀତା କହିଥିଲେ, ଉର୍ମାଲ ଅଞ୍ଚଳରେ ବସବାସ କରୁଥିବା ମନୀଷା ଦେବୀ ପ୍ରସର ସମସ୍ତ ଯାଞ୍ଚ ସରିଥିଲା। ୨୦୧୮ ଜୁଲାଇ ୨୭ରେ ମନୀଷାଙ୍କ ପ୍ରସବ ପୀଡା ଆରମ୍ଭ ହୋଇଥିବା ସେ ଜାଣିବାକୁ ପାଇଥିଲେ କିନ୍ତୁ ମନୀତା ଯେତେବେଳେ ମନୀଷାଙ୍କ ଘରେ ପହଞ୍ଚିଥିଲେ ଯେତେବେଳକୁ ତାଙ୍କର ପ୍ରସବ ହୋଇ ସାରିଥିଲା। ପ୍ରସବ ପରେ ତାଙ୍କ ସନ୍ତାନଟି କାନ୍ଦି ନଥିଲା। ପରିବାର ଲୋକେ ଶିଶୁକୁ ମୃତ୍ୟୁ ବୋଲି ଭାବି ନେଇଥିଲେ।
ଆଗକୁ ମନୀତା କହିଥିଲେ, ଯେତେବେଳେ ସେ ମନୀଷାଙ୍କ ଘରେ ପହଞ୍ଚିଥିଲେ ନବଜାତ ଶିଶୁକୁ ଦେଖିବା ପାଇଁ ଜିଦ କରିଥିଲେ। ଏହାପରେ ମନୀଷାଙ୍କ ଘର ଲୋକ ତାଙ୍କୁ ଶିଶୁକୁ ଦେଇଥିଲେ। ଏହାପରେ ମନୀତା ଏକ ପାଇପ୍ ଜରିଆରେ ଶିଶୁର ନାକ ଓ ମୁହଁରୁ ପାଣି ବାହାର କରି ଦେଇଥିଲେ । ପାଣି ବାହାର କରିବା କ୍ଷଣି ଶିଶୁଟି କାନ୍ଦିବାକୁ ଲାଗିଥଲା। ଏହାପରେ ଶିଶୁର ମା’କୁ କ୍ଷୀର ପିଆଇବାକୁ ମନୀତା କହିଥିଲେ। ଏହାପରେ ନବଜାତ ଓ ତା’ର ମା’କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଦୁହିଁଙ୍କ ଚିକିତ୍ସା କରାଯାଇଥିଲା। ଏହି ଘଟଣା ଶୁଣିବା ପରେ ମୋଦି କର ତାଳି ଦେବା ସହ ମନିତାଙ୍କ ଅନେକ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/pmmodiasha-120185101_6.jpg)