ପ୍ରଧାନମନ୍ତ୍ରୀ ମୋଦୀ ଭାରତର ରାଜା ନୁହଁନ୍ତି, ମୁଁ ତାଙ୍କ ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ବିରୋଧ କରେ: ସ୍ବାମୀ

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀଙ୍କ ଟୁଇଟକୁ ନେଇ ଚର୍ଚ୍ଚା। ବିଜେପି ଦଳର ନେତା ହୋଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟୁଇଟ କରିଥିବାରୁ ଏବେ ତାଙ୍କ ଟୁଇଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଟୁଇଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ସମର୍ଥନ କରୁନଥିବା କହିଛନ୍ତି।

ସେ କରିଥିବା ଟୁଇଟରେ ଲେଖାଯାଇଛି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୀତି ଏବଂ ବୈଦେଶିକ ନୀତିକୁ ବିରୋଧ କରେ ଏବଂ ମୁଁ ଏହା ଉପରେ ବିତର୍କ କରିବାକୁ ପ୍ରସ୍ତୁତ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ଭାରତର ରାଜା ନୁହଁନ୍ତି। ଏହା ସହ ସେ ପ୍ରଶ୍ନ କରିଛନ୍ତି, ଅମଲାତନ୍ତ୍ର ଯୋଡି ଜୟଶଙ୍କର ଏବଂ ଡୋଭାଲ ଅନ୍ତର୍ଜାତୀୟ ସ୍ତରରେ ଭାରତ ଯେଉଁ ସମସ୍ୟାରେ ଅବତରଣ କରିଛି, ସେଥିପାଇଁ ସେମାନେ ଦେଶକୁ କେବେ କ୍ଷମା ମାଗିବେ କି?

ତାଙ୍କର ଏଭଳି ଟୁଇଟକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ ସ୍ବାମୀ ଏଭଳି କାହିଁକି ଟୁଇଟ କଲେ, ସେନେଇ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର