ପାଟନା: ରେଳବାଇ ପ୍ରକଳ୍ପ ଦୁର୍ନୀତି ମାମଲାରେ ଲାଲୁପ୍ରସାଦ ଯାଦବ, ରାବ୍ରି ଦେବୀ, ମିସା ଭାରତୀଙ୍କ ସମେତ ୧୪ ଅଭିଯୁକ୍ତଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ସମନ ଜାରି କରିଛନ୍ତି। କୋର୍ଟର ଏହି କାର୍ଯ୍ୟାନୁଷ୍ଠାନ ଉପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତ୍ରୀ ରାବ୍ରି ଦେବୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ରାବ୍ରି ଦେବୀ କହିଛନ୍ତି, ବିହାରରେ ଲାଲୁ ଯାଦବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡରୁଛନ୍ତି। ସେଥିପାଇଁ ସେମାନେ ଆମକୁ ବାନ୍ଧିବାକୁ ଚାହାଁନ୍ତି। କିନ୍ତୁ ଆମେ ଭୟ କରୁନାହୁଁ।
ରାବ୍ରି ଦେବୀ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଦୌଡାଉଛନ୍ତି। ସେ ନୀରବ ମୋଦୀଙ୍କୁ ଦେଶରୁ ବାହାରକୁ ପଠାଇଦେଲେ। ଯେତେବେଳେ ତାଙ୍କୁ ସିବିଆଇ, ଇଡିର କାର୍ଯ୍ୟାନୁଷ୍ଠାନ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସେମାନେ ବିହାରରେ ଲାଲୁଙ୍କୁ ଭୟ କରୁଛନ୍ତି। ସେଥିପାଇଁ ସେମାନେ ଆମକୁ ଗିରଫ କରିବାକୁ ଚାହାଁନ୍ତି। ନା ଆମେ ଗିରଫ ହେବୁ ନା ପଳାୟନ କରିବୁ। ୩୦ବର୍ଷ ହେଲାଣି ଆମକୁ ହଇରାଣ କରାଯାଉଛି, ଆମେ ଏହାର ସାମ୍ନା କରୁଛୁ ଏବଂ ଏହା ଜାରି ରଖିବୁ।
#WATCH उन्हें(PM मोदी) बिहार में लालू जी से डर है, इसलिए वे हमें बांधाना चाहते हैं। हम न बंधने वाले हैं न भागने वाले हैं। 30 साल से हमें परेशान किया जा रहा है, हम झेल ही रहे हैं आगे भी झेलेंगे: राजद नेता राबड़ी देवी, पटना pic.twitter.com/1Q123YemD4
— ANI_HindiNews (@AHindinews) February 28, 2023
ରେଳବାଇ ପ୍ରକଳ୍ପ ଦୁର୍ନୀତି ମାମଲାରେ କୋର୍ଟ ଲାଲୁ ଯାଦବ, ରାବ୍ରି ଦେବୀ, ମିସା ଭାରତୀଙ୍କ ସମେତ ୧୪ ଅଭିଯୁକ୍ତଙ୍କୁ ଡକାଇ ମାର୍ଚ୍ଚ ୧୫ରେ କୋର୍ଟରେ ହାଜର ହେବାକୁ କହିଛନ୍ତି। କିଡନୀ ପ୍ରତିରୋପଣ ପରେ ଲାଲୁ ସିଙ୍ଗାପୁରରୁ ଘରକୁ ଫେରିଥିବା ବେଳେ ଏହି ସମନ ଜାରି କରାଯାଇଛି।