ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଚାରଟି ପର୍ଯ୍ୟାୟର ଭୋଟ୍ ଶେଷ ହୋଇଥିବା ବେଳେ ବାକି ତିନିଟି ପର୍ଯ୍ୟାୟ ପାଇଁ ଭୋଟ୍ ବାକି ଅଛି।

Advertisment

ତିନିଟି ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ସମସ୍ତ ଷ୍ଟାର ପ୍ରଚାରକମାନେ ଜୋରଦାର ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଉତ୍ତରପ୍ରଦେଶର ଜୌନପୁରରେ ପହଞ୍ଚି ସେଠାରେ ଏକ ନିର୍ବାଚନୀ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।

ପିଏମ ମୋଦୀଙ୍କ ଏହି ରାଲିରେ ହଜାରହଜାର ଲୋକ ସାମିଲ ହୋଇଥିବା ବେଳେ ଦୁଇଜଣପିଲା ଚର୍ଚ୍ଚାର ପରିସରରେ ରହିଛନ୍ତି। ଏହି ପିଲା ଦ୍ବୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବେଶରେ ସଜାଇ ହୋଇ ରାଲିରେ ସାମିଲ ହୋଇଥିଲେ। ଏହି କୁନିକୁନି ବିଜେପି ସମର୍ଥକଙ୍କୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବହୁତ ଖୁସି ହୋଇ ଯାଇଥିଲେ।

ମଞ୍ଚରୁ ଉଭୟଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ,‘ ଏହା ବହୁତ ଭଲ, ଆପଣ ମୋଦୀ-ଯୋଗୀ ଭାଇଙ୍କୁ ଏକାଠି କରିଛନ୍ତି। ମୋଦୀ ବହୁତ ସୁନ୍ଦର ଦେଖାଯାଉଛନ୍ତି, ଭାଇ କି ଚମତ୍କାର ମେକଅପ କରିଛନ୍ତି ...। ସମସ୍ତ ଗଣମାଧ୍ୟମର ଧ୍ୟାନ ମୋ ଠାରୁ ଦୂରେଇ ଯାଇ ଏହି ପିଲା ଦ୍ବୟଙ୍କ ଉପରେ ପଡ଼ିଛି। ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି। ତାଙ୍କୁ ବାରମ୍ବାର ଦେଖିବାକୁ ଇଚ୍ଛା ହେଉଛି।

ମୋଦୀ ବେଶରେ ସଜାଇ ହୋଇଥିବା ଶିଶୁ ଜଣକ ଅବିକଳ ମୋ ଭଳି ହାତ ହଲାଉଥିବା ବେଳେ ଦ୍ବିତୀୟ ପିଲାଟିର ହସ ଅବିକଳ ଯୋଗୀଙ୍କ ଭଳି ରହିଛି।’