ବାରାଣାସୀରେ ଭୋଟିଂ ହେବା ପୂର୍ବରୁ କେଦାରନାଥଙ୍କ ଆଶୀର୍ବାଦ ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଡେରାଡୁନ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ଭୋଟିଂ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ କେଦାରନାଥ ଓ ବଦ୍ରିନାଥଙ୍କ ଦର୍ଶନ କରିବାକୁ ଯିବେ | ମୋଦି ଆସନ୍ତା ୧୮ ତାରିଖରେ କେଦାରନାଥଙ୍କ ଦର୍ଶନ କରିବାକୁ ଯିବେ | ସେହିପରି ୧୯ ତାରିଖରେ ବଦ୍ରିନାଥ ଯିବେ | ମେ ୧୯ରେ ଦେଶର ୫୯ଟି ଆସନରେ ନିର୍ବାଚନ ହେବାକୁ ଯାଉଛି | ଏହି ପର୍ଯ୍ୟାୟରେ ବାରାଣାସୀ ମଧ୍ୟ ସାମିଲ ଅଛି |

ମିଳିଥିବା ସୂଚନା ମୁତାବକ କେଦାରନାଥରେ ମୋଦି ରୁଦ୍ରମହାଭିଷେକ ପୂଜା କରିବା ସହ ସନ୍ଧ୍ୟାରେ ଆରତୀରେ ଅଂଶଗ୍ରହଣ କରିବେ | ମୋଦିଙ୍କର ଉତ୍ତରାଖଣ୍ଡ ସହ ସ୍ୱତନ୍ତ୍ର ଆକର୍ଷଣ ଅଛି | ନିଜ ପାଞ୍ଚ ବର୍ଷ କାର୍ଯ୍ୟକାଳ ସମୟରେ ସେ ବହୁଥର କେଦାରନାଥ ଓ ବଦ୍ରିନାଥ ଯାଇଛନ୍ତି | ଆଜି କେଦାରନାଥକୁ ହେଲିକପ୍ଟର ସେବା ମଧ୍ୟ ଆରମ୍ଭ ହେବାକୁ ଯାଉଛି |

ନିୟମ ମୁତାବକ ପାଖାପାଖି ୭୦ ପ୍ରତିଶତ ଟିକଟ ଅନଲାଇନ ହେବାକୁ ଥିବାବେଳେ ୩୦ ପ୍ରତିଶତ ଟିକଟ ଅଫଲାଇନ ହେବ | ସେହିପରି କେଦାରନାଥ ଯିବାକୁ ଫାଟାରୁ ବ୍ୟକ୍ତି ପିଛା ୨୩୯୯ ଟଙ୍କା ଓ ଶିରସିରୁ ୨୪୭୦ ଟଙ୍କା ଦେବାକୁ ପଡିବ | ପୂର୍ବରୁ ଏହି ମୂଲ୍ୟ ଯଥାକ୍ରମେ ୬୭୦୦ ଓ ୭୨୫୦ ଟଙ୍କା ରହିଥିଲା |

ସମ୍ବନ୍ଧିତ ଖବର