ଲେହ ଠାରେ ଜୋଜିଲା ଟନେଲ୍‌ର କାମ ଆରମ୍ଭ କରାଇଲେ ପ୍ରଧାନମନ୍ତ୍ରୀ ମୋଦି

ଲେହ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗର, କାର୍ଗିଲ୍‌ ଏବଂ ଲେହ୍‌ ମଧ୍ୟରେ ସବୁ ପାଗରେ ଯାତାୟାତ କରି ହେବା ଭଳି ଜୋଜିଲା ଟନେଲ୍‌ କାର୍ଯ୍ୟର ଶୁଭାରମ୍ଭ କରାଇଛନ୍ତି।

ଜମ୍ମୁ ଓ କଶ୍ମୀରର ତିନିଟି ଅଞ୍ଚଳ ଲେହ୍‌, କଶ୍ମୀର ଓ ଜମ୍ମୁକୁ ଦିନିକିଆ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟାତ୍ମିକ ବୌଦ୍ଧ ଗୁରୁ ୧୯ତମ କୁଶୋକ ବାକୁଲା ରିମ୍ପୋଚିଙ୍କ ଜନ୍ମ ଶତବାର୍ଷିକର ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗ ଦେଇଛନ୍ତି।

ଜୋଜିଲା ଗିରି ପଥ ସମୁଦ୍ର ପତ୍ତନ ଠାରୁ ୧୧, ୫୭୮ ଫୁଟ୍‌ ଉଚ୍ଚରେ ଶ୍ରୀନଗର-କାର୍ଗିଲ୍‌-ଲେହ୍‌ ଜାତୀୟ ରାଜପଥରେ ଅବସ୍ଥିତ। ଶୀତକାଳରେ ଅତିଶୟ ତୁଷାରପାତ କାରଣରୁ ଏହି ରାସ୍ତା ବନ୍ଦ ରହୁଥିବାରୁ ସଡ଼କ ପଥ ଦେଇ ଲଦାଖକୁ କଶ୍ମୀର ଠାରୁ ଅଲଗା କରିଦିଏ।

ଏହି ପ୍ରକଳ୍ପରେ ୧୪. ୫ କିଲୋମିଟର୍‌ ଦୀର୍ଘ ଦୁଇ ଥାକିଆ ଦୁଇ ଦିଗକୁ ଯାତ୍ରା କରି ହେଉଥିବା ଟ୍ୟୁବ୍‌ ଟନେଲ୍‌ ନିର୍ମାଣ କରାଯିବ।

ଆୟୋଜିତ ଉତ୍ସବରେ ମୋଦି କହିଲେ କି, ଆଜି ତିନୋଟି ଅଞ୍ଚଳରେ ଆରମ୍ଭ ହେବାକୁ ଯାଉଥିବା ୨୫୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପ ଦର୍ଶାଉଛି ଯେ ରାଜ୍ୟର ଦ୍ରୁତ ଅଗ୍ରଗତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତା।

ତାଙ୍କ ସରକାର ଗଠିତ ହେବା ପରେ ଦେଶରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ସଂକ୍ରାନ୍ତରେ ମୋଦି କହିଲେ ଯେ, ସ୍ୱାଧୀନତା ପର ଠାରୁ ଦେଶର ୧୮, ୦୦୦ ଗାଁ’ରେ ବିଜୁଳି ନ ଥିଲା। ୧୦୦୦ ଦିନ ମଧ୍ୟରେ ସେ ସବୁ ଅଞ୍ଚଳକୁ ବିଜୁଳି ସଂଯୋଗ ଦିଆଯାଉଛି।

ସମ୍ବନ୍ଧିତ ଖବର