ନୂଆଦିଲ୍ଲୀ: ଭୂଗର୍ଭ ଜଳର ଉତ୍ତମ ପରିଚାଳନା ଲାଗି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଅଟଳ ଭୂଜଳ ଯୋଜନା’ ଆରମ୍ଭ କରିଛନ୍ତି। କୃଷି ସମେତ ବିଭିନ୍ନ ସ୍ତରରେ ହେଉଥିବା ଜଳ ନଷ୍ଟ ରୋକିବାକୁ ବୈଷୟିକ କୌଶଳ ବ୍ୟବହାର ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମବାର୍ଷିକୀ ପାଳନ ଅବସରରେ ସେ ‘ରୋହତଙ୍ଗ୍ ପାସେଜ୍େଓ୍ଵ’କୁ ‘ଅଟଳ ଟନେଲ୍’ ବୋଲି ନାମିତ କରିଛନ୍ତି।
କମ୍ ଜଳ ଆବଶ୍ୟକ କରୁଥିବା ଫସଲ ଚାଷ କରିବାକୁ ସେ କୃଷକମାନଙ୍କୁ ନିବେଦନ କରିବା ସହ ଦୈନିକ ଘରକାମ ପାଇଁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଜଳ ନଷ୍ଟ ନ କରିବାକୁ ସେ ଲୋକମାନଙ୍କୁ ଜୋର୍ ଦେଇ କହିଛନ୍ତି।
ବିଭିନ୍ନ କାର୍ଯ୍ୟ ନିମନ୍ତେ ସବୁଠୁ କମ୍ ଜଳ ବ୍ୟବହାର ପାଇଁ ଆବଶ୍ୟକ ବୈଷୟିକ କୌଶଳ ଅବଲମ୍ବନ କରିବାକୁ ସେ କମ୍ପାନିଗୁଡ଼ିକୁ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ୧୮ କୋଟି ଗ୍ରାମୀଣ ପରିବାରରୁ ମାତ୍ର ୩ କୋଟି ଏବେ ବିଶୁଦ୍ଧ ପାଇପ୍ ପାଣି ପାଉଛନ୍ତି। ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବାକି ୧୫ କୋଟି ପରିବାରକୁ ବିଶୁଦ୍ଧ ପାଇପ୍ ପାଣି ଯୋଗାଇ ଦିଆଯିବ।