ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ ସେବା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଦ୍ୱାରା ପ୍ରାୟ ୫୦ କୋଟି ଭାରତୀୟ ଉପକୃତ ହେବେ। ଝାରଖଣ୍ଡର ରାଜଧାନୀ ରାଞ୍ଚିଠାରୁ ହିଁ ପ୍ରଥମେ ଏହି ଯୋଜନା ଆରମ୍ଭ କରାଯିବା ସ୍ଥିରୀକୃତ ହୋଇଛି। ଏହାକୁ ‘ପ୍ରଧାନମନ୍ତ୍ରୀ ଜନ ଆୟୋଗ ଅଭିଯାନ’ ବୋଲି ମଧ୍ୟ କୁହାଯାଉଛି। ଏହାର ଲକ୍ଷ ହେଉଛି ପଛୁଆ ବର୍ଗର ପରିବାରଙ୍କୁ ସ୍ୱସ୍ଥ୍ୟ କ୍ଷେତ୍ରରେ ଏହି ଯୋଜନା ମୁତାବକ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ। ଏହି ଯୋଜନାଟି ୨୩ ତାରିଖରେ ଶୁଭାରମ୍ବ ହୋଇଥିଲେ ବି ୨୫ ତାରିଖରୁ ଏହା କାର୍ଯ୍ୟକାରୀ ହେବ।

 

ଦାରିଦ୍ରତା ହେତୁ ଅନେକ ଗରିବ ପରିବାର ହସ୍ପିଟାଲ୍‌ ମୁହଁରୁ ଆଉ ଫେରି ନଆସନ୍ତୁ ବୋଲି ଲକ୍ଷ୍ୟରେ ଏହି ଅଭିଯାନର ସୃଷ୍ଟି। ପ୍ରଧାନମନ୍ତ୍ରୀ ମୋଦି ନିଜ ଅଭିଭାଷଣରେ କହିଛନ୍ତି କି ଦେଶର ଧନୀକ ବର୍ଗର ଲୋକେ ଯେଉଁ ସୁବିଧା ସୁଯୋଗ ପାଉଛନ୍ତି ସ୍ୱାସ୍ଥ୍ୟ କ୍ଷେତ୍ରରେ ଗରିବମାନେ ବି ସେ ସମସ୍ତ ସୁବିଧା ପାଇବେ। ଏହି  ଅଭିଯାନରେ ଯେତିକି ଲୋକ ଉପକୃତ ହେବେ ବୋଲି ନାମ ରହିଛି ତାହାର ପରିମାଣ ୟୁରୋପ ଏବଂ ଆମେରିକାର ପୂରା ଲୋକସଂଖ୍ୟା ସହ ସମାନ ବୋଲି ମୋଦି ଜଣାଇଛନ୍ତି। ପ୍ରାୟ ୧୦ କୋଟି ପରିବାର ଏହି ଯୋଜନାରେ ଲାଭପ୍ରଦ ହେବେ। ଏହି ଯୋଜନାରେ ତେଲେଙ୍ଗାନା, ଓଡ଼ିଶା, ଦିଲ୍ଲୀ, କେରଳ ଏବଂ ପଞ୍ଜାବ ଆଦି ରାଜ୍ୟଗୁଡ଼ିକ ଏବେ ସୁଦ୍ଧା କେନ୍ଦ୍ର ସହ ସ୍ୱାକ୍ଷର କରିନାହାନ୍ତି।

ସମ୍ବନ୍ଧିତ ଖବର