ନୂଆଦିଲ୍ଲୀ: ୩ ରାଜ୍ୟ ବିଧାନସଭା ନିର୍ବାଚନରେ ‘ବିଜେପି’ ଅଗ୍ରଣୀ ହୋଇଥିବାରୁ ଆଜି ସନ୍ଧ୍ୟା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେବେ ବୋଲି ଦଳସୂତ୍ରରୁ ଜଣାପଡ଼ିଛି।
ଦିଲ୍ଲୀସ୍ଥିତ ଦଳର ମୁଖ୍ୟଳୟରେ ପ୍ରଧାନମନ୍ତ୍ରୀ ‘ବିଜେପି’ କର୍ମୀମାନଙ୍କୁ ଉଦ୍ବୋଧନ ଦେବେ ବୋଲି ସେମାନେ କହିଛନ୍ତି।
ସଦ୍ୟତମ ଗଣମାଧ୍ୟମ ଟ୍ରେଣ୍ଡ୍ ଅନୁସାରେ, ସମ୍ପ୍ରତି ‘ବିଜେପି’ ମଧ୍ୟପ୍ରଦେଶରେ ୧୬୨ଟି, ରାଜସ୍ଥାନରେ ୧୧୨ଟି ଓ ଛତିଶଗଡ଼ରେ ୫୫ଟି ଆସନରେ ଅଗ୍ରଣୀ ରହିଛି।
/sambad/media/post_attachments/17cc4de24d04583eeb3198a047697c08c0b0c3d48cca5c77658e2b786040722b.jpg) Image Courtesy of Times of India
 Image Courtesy of Times of Indiaସେହିପରି, ତେଲେଙ୍ଗାନାରେ କଂଗ୍ରେସ ୬୫ଟି ଆସନରେ ଅଗ୍ରଣୀ ଥିବା ବେଳେ ମଧ୍ୟପ୍ରଦେଶରେ ୬୬ଟି, ରାଜସ୍ଥାନରେ ୭୪ଟି ଓ ଛତିଶଗଡ଼ରେ ୫୫ଟି ଆସନରେ ଅଗ୍ରଣୀ ଅଛି।
ତେଲେଙ୍ଗାନାରେ କଂଗ୍ରେସ ଜିତିବା ପ୍ରାୟ ସୁନିଶ୍ଚିତ ହୋଇ ଯାଇଥିବାରୁ ହାଇଦ୍ରାବାଦରେ ରାଜ୍ୟ କଂଗ୍ରେସ ସଭାପତି ରେବନ୍ତ ରେଡ୍ଡୀ ରୋଡ୍ ସୋ’ ଆରମ୍ଭ କରିଛନ୍ତି। ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଶାୟୀ ଥିବା ବେଳେ ସମର୍ଥକମାନଙ୍କ ଗହଣରେ ବିଜୟ ଆନନ୍ଦର ଉତ୍ଫୁଲ୍ଲିତ ହେଉଛନ୍ତି।
ଏହାଛଡ଼ା, ଦଳୀୟ କର୍ମୀମାନେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର ସାଂସଦ ରାହୁଲ୍ ଗାନ୍ଧୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟ ରେବନ୍ତ ରେଡ୍ଡୀଙ୍କ ଫଟୋ ଥିବା ପୋଷ୍ଟର୍ ଉପରେ ଦୁଗ୍ଧ ଢାଳି ଖୁସି ବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/modi.jpg)
