ୟୁକ୍ରେନୀୟ ରାଷ୍ଟ୍ରଦୂତଙ୍କ ଅନୁରୋଧ ପରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ମୋଦୀ !

ନୂଆଦିଲ୍ଲୀ: ବିଭିନ୍ନ ଦେଶର ବିରୋଧ ସତ୍ତ୍ବେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ବି ପଛକୁ ହଟିଲାନି ଋଷ। ଏବେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଆରମ୍ଭ ହୋଇଯାଇଛି। ତେବେ ଏଭଳି ସ୍ଥିତିକୁ ରୋକିବା ପାଇଁ ୟୁକ୍ରେନୀୟ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି କ୍ଲାଦିମିର ପୁଟିନଙ୍କ ସହ କଥା ହୋଇପାରନ୍ତି ବୋଲି ସୂଚନା ମିଳୁଛି।

କିଛି ସମୟ ପୂର୍ବରୁ ଭାରତରେ ଥିବା ୟୁକ୍ରେନୀୟ ରାଷ୍ଟ୍ରଦୂତ ଆଇଗୋର୍‌ ପୋଲିଖା ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କ ହସ୍ତକ୍ଷେପ ଲୋଡ଼ି କହିଥିଲେ ଯେ, ଋଷ୍‌ ସହ ଭାରତର ଉତ୍ତମ ସମ୍ପର୍କ ଅଛି। ଋଷ୍‌-ୟୁକ୍ରେନ୍‌ ସଙ୍କଟ ନିୟନ୍ତ୍ରଣ କରିବାରେ ନୂଆଦିଲ୍ଲୀ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିପାରିବ। ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଏବଂ ଆମ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଅବିଳମ୍ବେ ଯୋଗାଯୋଗ କରିବା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରୁଛୁ।

Ukraine invasion latest: Kyiv claims Russia refuses to negotiate | Financial Times

ତେବେ କିଭକୁ ପ୍ରବେଶ କରିବା ପ‌ରେ ଋଷ ସେନା ୟୁକ୍ରେନର ସାମରିକ ବିମାନକୁ ଟାର୍ଗେଟ କରିଛି। ଋଷର ଆକ୍ରମଣରେ ୟୁକ୍ରେନର ସାମରିକ ବିମାନ ଧ୍ବଂସ ହୋଇଥିବା ବେଳେ ଭିତରେ ପ୍ରାୟ ୧୪ଜଣ ଲୋକ ଭିତଲେ ଥିବା ନେଇ ସୂଚନା ମିଳୁଛି। ବିମାନଟି ରାଜଧାନୀ କିଭ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସିଥିବା ପଡ଼ିଥିବା ନେଇ ଖବର ମିଳିଥିବା ‌ବେଳେ ମୃତାହତଙ୍କ କୌଣସି ସୂଚନା ମିଳିପାରିନାହିଁ।

ଉତ୍ତର କିଭରେ ଋଷର ସେନା ପ୍ରବେଶ କରୁଥିବା ବେଳେ ଋଷ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଏୟାର ଷ୍ଟ୍ରାଇକ୍ କରିସାରିଥିବା କହିଛି ୟୁକ୍ରେନ। ଏହା ସହ ଋଷ ସେନା କିଭର ହୋଷ୍ଟମେଲ ବିମାନବନ୍ଦର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଜଣାପଡ଼ିଛି। କିଭ ସହ ଋଷର ସୈନ୍ୟମାନେ ୟୁକ୍ରେନର ଓଡେସା ସହରରେ ମଧ୍ୟ ପ୍ରବେଶ କରୁଥିବା ନେଇ ଖବର ମିଳିଛି| କୁହାଯାଉଛି ଯେ ଋଷ ଓଡେସା ଉପରେ ଆକ୍ରମଣ କରିବାରୁ ୧୮ଜଣଙ୍କର ପ୍ରାଣହାନୀ ଘଟିଛି। ଏହାକୁ ନଜରରେ ରଖି ୟୁକ୍ରେନ ସରକାର ସମସ୍ତ ବନ୍ଦରକୁ ବନ୍ଦ କରିଦେଇଛନ୍ତି।

ସମ୍ବନ୍ଧିତ ଖବର